ପ୍ରଧାନମନ୍ତ୍ରୀଙ୍କଠାରୁ ବଡ଼ ଘରେ ରୁହନ୍ତି ସୋନିଆ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ପ୍ରଧାନମନ୍ତ୍ରୀଙ୍କଠାରୁ ବଡ଼ ଘରେ ରୁହନ୍ତି ସୋନିଆ ଗାନ୍ଧି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଗାନ୍ଧି ପରିବାର ଦେଶର ଏକ ପ୍ରମୁଖ ତଥା ଚର୍ଚ୍ଚିତ ପରିବାର। ଦେଶ ସ୍ୱାଧୀନ ହେବା ପରଠାରୁ ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ ଏହି ପରିବାରର ଦବ୍‌ଦବା ରହି ଆସିଛି। ପଣ୍ଡିତ୍‌ ଜବାହାର ଲାଲ୍‌ ନେହେରୁଙ୍କ ପରେ ଝିଅ ଇନ୍ଦିରା ଗାନ୍ଧି ତାଙ୍କ ପରେ ପୁଅ ରାଜୀବ ଗାନ୍ଧି ପର୍ଯ୍ୟାୟ କ୍ରମେ ଦେଶର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ରାଜୀବଙ୍କ ନିଧନ ପରେ ତାଙ୍କ ପତ୍ନୀ ସୋନିଆ ଓ ପୁଅ ରାହୁଲ ଗାନ୍ଧି ଏବେ ରାଜନୀତିରେ ସକ୍ରିୟ ଅଛନ୍ତି।

ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପରିବାରର ସଦସ୍ୟଙ୍କ ପାଇଁ ରାଷ୍ଟ୍ରପତି ଭବନ ରାସ୍ତାରେ ହିଁ ରହିବାର ବ୍ୟବସ୍ଥା କରାଯାଇଛି। ରାଜଧାନୀ ନୂଆଦିଲ୍ଲୀର ୧୦ ଜନପଥ ପଥଟି ଏକ ସମ୍ବେଦନଶୀଳ ଅଞ୍ଚଳ। ଏହି ରାସ୍ତାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭବନକୁ ରାସ୍ତା ରହିଥିବା ବେଳେ ଗାନ୍ଧି ପରିବାରର ଘର ମଧ୍ୟ ରହିଛି ଏଠାରେ।

ଏତେ ସବୁ ପଢ଼ିବା ପରେ ଆପଣଙ୍କ ମନରେ ଗାନ୍ଧି ପରିବାରର ଏହି ଘର ସମ୍ପର୍କରେ ଜାଣିବାକୁ ନିଶ୍ଚିତ ଭାବେ ମନ ହେଉଥିବ। ପ୍ରଶ୍ନ ଉଠୁଥିବ କେତେ ପରିମିତି ଜାଗାରେ ରହିଛି ଗାନ୍ଧୀ ପରିବାରର ଏହି ପୈତୃକ ଘର। ଜାଣି ଆଶ୍ଚର୍ଯ୍ୟ ହେବେ ସୋନିଆ ଗାନ୍ଧି ରହୁଥିବା ଘର ପ୍ରଧାନମନ୍ତ୍ରୀଙ୍କ ଆବାସଠାରୁ ଢ଼େର ବଡ଼।

ଦେଶର ପ୍ରଧାନମନ୍ତ୍ରୀ ରହୁଥିବା ଗୃହଟି ୧୪,୧୦୧ ବର୍ଗ ମିଟିର ସ୍ଥାନରେ ପରିବ୍ୟାପ୍ତ ଥିବା ବେଳେ ସୋନିଆ ରହୁଥିବା ଗୃହର ପରିସୀମା ହେଉଛି ୧୫,୧୮୧ ବର୍ଗ ମିଟିର। ଖାଲି ସୋନିଆ ନୁହଁନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମିଳିଥିବା ଗୃହର ପାରିସୀମା ମଧ୍ୟ ବୃହତ୍‌। ଯାହାକି ୫,୦୨୨.୫୮ ବର୍ଗ ମିଟର ଭୂମିରେ ଠିଆ ହୋଇଛି।

ଜଣେ ବ୍ୟକ୍ତି ଦେଶର ସର୍ବୋଚ୍ଚ ପଦବୀରେ ରହୁଥିବା ଏହି ବ୍ୟକ୍ତିମାନଙ୍କ ଗୃହ ସମ୍ପର୍କରେ ସୂଚନା ଅଧିକାର ଆଇନ୍‌ ବଳରେ ତଥ୍ୟ ମାଗିଥିଲେ। ଯାହାର ଉତ୍ତର ମିଳିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି।



from Odisha Reporter https://ift.tt/2nTUmle

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages