କାହିଁକି କେରଳ ଯାଇନି ନବୀନଙ୍କ ବିଜୁ ଯୁବ ବାହିନୀ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

କାହିଁକି କେରଳ ଯାଇନି ନବୀନଙ୍କ ବିଜୁ ଯୁବ ବାହିନୀ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାକୃତିକ ବିପର୍ଯ୍ୟୟ ସାଧାରଣ ଲୋକଙ୍କ ପାଇଁ କେତେ ଭୟାବହ,ସେକଥା ଓଡ଼ିଶାବାସୀଙ୍କ ଠାରୁ କିଏ ଅଧିକ ଜାଣେ? କେରଳ ବନ୍ୟା ପ୍ରଭାବିତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦେ କଥାକୁ ନେଇ ଏବେ ଚର୍ଚ୍ଚା।

କେରଳ ବନ୍ୟାଞ୍ଚଳରେ ପୀଡ଼ିତଙ୍କ ସହାୟତା ପାଇଁ ବହୁସଂଖ୍ୟକ ସ୍ୱେଚ୍ଛାସେବୀଙ୍କ ଆବଶ୍ୟକତା ଥିବାବେଳେ ଓଡ଼ିଶା ସରକାରଙ୍କ ପଇସାରେ ଗଢ଼ା ‘ବିଜୁ ଯୁବ ବାହିନୀ’ର ସଦସ୍ୟମାନଙ୍କୁ ବିଜେଡି କାହିଁକି ସେଠାକୁ ଏଯାଏ ପଠାଇନି , ତାକୁ ନେଇ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ରାଜ୍ୟ ରାଜକୋଷରୁ ମାସିକ ଦରମା ନେଇ ବିଜୁ ଯୁବ ବାହିନୀ ଏବେ କୁଆଡ଼େ କେବଳ ବିଜେଡିର ରାଜନୀତିକ ଗତିବିଧିରେ ଲିପ୍ତ ରହିଛି। ଏହି ଯୁବ ବାହିନୀର ରାଜନୀତିକ ଉପଯୋଗିତାକୁ ନେଇ ବିରୋଧୀ ଦଳ ମଧ୍ୟ ହୋ-ହାଲ୍ଲା କରୁଛି।

ଚର୍ଚ୍ଚା ହେଉଛି, ଯଦି କେରଳ ବନ୍ୟା ପ୍ରଭାବିତ ଆଞ୍ଚଳକୁ ଏହି ସରକାରୀ ଯୁବ ବାହିନୀକୁ ପଠାଯାଆନ୍ତା, ତା’ହେଲେ ସରକାରଙ୍କଠୁ ଦରମା ନେଉଥିବା ଯୁବ ବାହିନୀର ଲଢୁଆ ଯୁବକ ଯୁବତୀ ସେଠାରେ ସାଧାରଣ ଲୋକଙ୍କୁସାହାଯ୍ୟ ସହଯୋଗ କରି କେରଳବାସୀ ଓ ସେଠାକାର ସରକାରଙ୍କ ପ୍ରଶଂସାଭାଜନ ହୁଅନ୍ତେ।

ଆଉ ଏପଟେ ଏହି ‘ଯୁବ ବାହିନୀ’ ସଙ୍କୀର୍ଣ ରାଜନୀତିକ କାରଣ ପାଇଁ ନୁହେଁ ବରଂ ସାମାଜିକ ସୁଧାର ନିମନ୍ତେ ଗଠନ ହୋଇଛି ବୋଲି ସନ୍ଦେଶ ଯାଆନ୍ତା।

ରାଜ୍ୟରେ ବୃକ୍ଷରୋପଣ ହେଉ କି ପୁରୀରେ ଦିବ୍ୟାଙ୍ଗଙ୍କୁ ରଥଯାତ୍ରା ବୁଲାଇବା କିମ୍ବା ପୁରୀ ବଡ଼ଦାଣ୍ଡ ପରିଷ୍କାର କରିବା ଭଳି କାର୍ଯ୍ୟ କରି ବିଜୁ ଯୁବ ବାହିନୀ ଅନେକ ପ୍ରଶଂସା ସାଉଣ୍ଟି ସାରିଛି। ତେଣୁ କେରଳକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ଆଶ୍ୱାସନା ଦେଇଥିବା ମୁଖ୍ୟମନ୍ତ୍ରୀ ନିଜେ ଗଢ଼ିଥିବା ‘ବିଜୁ ଯୁବ ବାହିନୀ’ର ଦୁଇ କି ତିନି ଶହ ସଦସ୍ୟଙ୍କୁ କେରଳ ପଠାଇ ସେଠାରେ ସେବାମୂଳକ କାର୍ଯ୍ୟରେ ନିୟୋଜିତ କରୁନାହାନ୍ତି କାହିଁକି ବୋଲି ଉଠିଛି ପ୍ରଶ୍ନ।

ଚର୍ଚ୍ଚା ହେଉଛି, ବିଜୁ ବାହିନୀକୁ କମାଣ୍ଡ୍ ଦେବାକୁ ତ ଅରୂପ ପଟ୍ଟନାୟକଙ୍କ ଭଳି ଦକ୍ଷ କମାଣ୍ଡର ଅଛନ୍ତି। ତେଣୁ ସେମାନଙ୍କୁ ସଠିକ୍ କାର୍ଯ୍ୟରେ ଲଗାଇବାରେ ବି ସମସ୍ୟା ହେବନି।

ଏବେ କୁଆଡ଼େ ବିଜୁ ଯୁବ ବାହିନୀରେ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ଵ ଯୁବକଯୁବତୀ ସଦସ୍ୟ ଅଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ଥିବା ଏତେ ବଡ଼ ମାନବ ସମ୍ବଳକୁ ଯଦି  କେରଳର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ମାସକ ପାଇଁ ନିୟୋଜିତ କରାଯାଆନ୍ତା, ତା’ହେଲେ ନବୀନ ଓ ଓଡ଼ିଶା ସରକାର ଚେଷ୍ଟା କରି ପୁଣିଥରେ ଜାତିସଂଘରୁ ପ୍ରଶସ୍ତି ପତ୍ର ଯୋଗାଡ଼ କରିପାରନ୍ତେ ବୋଲି ଚର୍ଚ୍ଚା।



from Odisha Reporter https://ift.tt/2MFxJPu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages