ପାଣି ଛାଡ଼ୁଛି, ମୃତଦେହ ମିଳୁଛି, ଦୁର୍ଦ୍ଦଶା ବଢୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ପାଣି ଛାଡ଼ୁଛି, ମୃତଦେହ ମିଳୁଛି, ଦୁର୍ଦ୍ଦଶା ବଢୁଛି

କୋଚି: କେରଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ତାଣ୍ଡବ ପରେ ଏବେ କିଛି ସ୍ଥାନରୁ ପାଣି ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି। ଇତି ମଧ୍ୟରେ କେନ୍ଦ୍ର ସରକାର କେରଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଏକ ‘ଗୁରୁତର ପ୍ରାକୃତିକ ବିପର୍ଯ୍ୟୟ’ ବୋଲି ଘୋଷଣା କରିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏଭଳି ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ ଚଳିତ ମୌସୁମୀରେ ସମୁଦାୟ ୨୪୭ ଜଣଙ୍କ ଜୀବନ ଯାଇଥିବା ବେଳେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୧୭,୩୪୩ଟି ବାସଗୃହ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି କେରଳର ପରିସ୍ଥିତିକୁ ‘ଗୁରୁତର ପ୍ରାକୃତିକ ବିପର୍ଯ୍ୟୟ’ ତାଲିକାଭୁକ୍ତ କରାଯାଇଛି।

ଅନ୍ୟପକ୍ଷରେ, କେରଳରେ ବନ୍ୟା ଜଳ କମିବା ପରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ତ୍ରିସୁର ଓ ଚେନ୍‌ଗାନ୍ନୁରରେ ଆଜି ବନ୍ୟା ଜଳ ଛାଡ଼ିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବନ୍ୟା ଯୋଗୁ ଏଠାରେ ଭାଙ୍ଗି ପଡ଼ିଥିବା କିଛି ଘର ମଧ୍ୟରୁ ଗଳିତ ମୃତଦେହ ମିଳିଥିବା ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି।

ଅଗଷ୍ଟ ୮ରୁ କେରଳରେ ଜାରି ରହିଥିବା ଲଗାଣ ବର୍ଷା ଜନିତ ମୃତ୍ୟୁସଂଖ୍ୟା ଇତି ମଧ୍ୟରେ ୨୩୯ରେ ପହଞ୍ଚିଯାଇଛି। ସେହିପରି ମେ’ ୨୯ରୁ ଆଜି ଯାଏ ବର୍ଷା ଜନିତ ଅଘଟଣରେ ମୋଟ ୩୭୦ ଜଣଙ୍କ ମୃତ୍ୟୁ ଘଟିଛି।

୬.୩୩ ଲକ୍ଷ ଲୋକ ଏବେ ରିଲିଫ୍ କ୍ୟାମ୍ପରେ 

୬ ଲକ୍ଷ ୩୩ ହଜାର ୧୦ ଜଣ ବନ୍ୟା ବିପନ୍ନଙ୍କୁ ୨,୯୧୭ଟି ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୩୮ ହଜାର ଲୋକଙ୍କ ବିଭିନ୍ନ ଉଦ୍ଧାରକାରୀ ଦଳ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି। ବନ୍ୟା ଓ ବର୍ଷା ଯୋଗୁ କେରଳରେ ପାଖାପାଖି ୨୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି। ବର୍ଷା ପାଇଁ ରାଜ୍ୟର ୧୩ଟି ଜିଲ୍ଲାରେ ଜାରି କରାଯାଇଥିବା ରେଡ୍‌ ଆଲର୍ଟକୁ ପ୍ରତ୍ୟାହାର କରିନିଆଯାଇଛି।
ଏବେ ବି ୫ଟି ଗାଁର ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।

ତେବେ ଲୋକଙ୍କୁ ପାନୀୟ ଉପଯୋଗୀ ପିଇବା ପାଣି ଓ ମଶାଙ୍କ ଦାଉରୁ ରକ୍ଷା କରିବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବିଶେଷ କରି ଥିରୁଅନନ୍ତପୁରମ ଓ କୋଚିରେ ଲୋକେ ସଂକ୍ରମଣରେ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ବନ୍ୟା ଓ ବର୍ଷା ପାଣି ଛାଡ଼ିବା ପରେ ଆଜି କୋଚି ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ ହୋଇଛି। ସେହିପରି ଥିରୁଅନନ୍ତପୁରମ ଓ ଏର୍ଣ୍ଣାକୁଲମ ମଧ୍ୟରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଏବେ ରିଲିଫ୍‌ ଓ ଲୋକଙ୍କ ଉଦ୍ଧାର ଉପରେ ଫୋକସ୍‌ କରାଯାଉଛି।

ସଂକ୍ରମଣ ବ୍ୟାପିବାର ଭୟ

ତ୍ରିସୁରରେ ଆଜି ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଲୋକଙ୍କୁ ଆଣ୍ଟିସେପ୍‌ଟିକ୍‌ ସାବୁନ ଓ ସଂକ୍ରମଣ ପ୍ରତିରୋଧ କରିପାରୁଥିବା ଔଷଧ ଯୋଗାଇ ଦିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ଏବେ ବଡ଼ ଚ୍ୟାଲେଞ୍ଜ। ତେଣୁ ସମଗ୍ର କେରଳରେ ୩୭୦୦ ମେଡିକାଲ୍‌ କ୍ୟାମ୍ପ ଖୋଲାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଆଇଏନ୍‌ଏସ୍‌ ଦୀପକ ଦ୍ୱାରା ମୁମ୍ବାଇରୁ ରିଲିଫ୍‌ ସାମଗ୍ରୀ ସହ ୮୦୦ ଟନ୍‌ ପିଇବା ପାଣି, ୧୮ ଟନ୍‌ ଔଷଧ କେରଳରେ ପହଞ୍ଚିଛି। ଲୋକଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।



from Odisha Reporter https://ift.tt/2OMQ5LY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages