
ସମ୍ବଲପୁର,(ଓଡ଼ିଶା ରିପୋର୍ଟର): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜୁନିୟର ଛାତ୍ରଙ୍କୁ ରାଗିଂ କରିବା ଅଭିଯୋଗରେ କୁଳପତି ଜଣେ ଛାତ୍ରଙ୍କ ଗୋଟିଏ ବର୍ଷ ବ୍ୟାକ କରିଛନ୍ତି। ସେହିପରି ଅନ୍ୟ ୧୯ଜଣ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
କଲେଜରେ ଜୁନିୟର ଛାତ୍ରଙ୍କୁ ସିନିୟରଙ୍କ ରାଗିଂ ଅଭିଯୋଗ ପରେ ୨୦ ଛାତ୍ରଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି। ଅଭିଯୋଗ ଅନୁସାରେ କଲେଜର ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଗତ ୧୫ଦିନ ଧରି ଚତୁର୍ଥ ବର୍ଷର ଛାତ୍ର ରାଗିଂ କରିଆସୁଥିଲେ। କ୍ୟାମ୍ପସରେ ହେଉ କି ବାହାରେ ସିନିୟରଙ୍କ ଆଗରେ ମୁଣ୍ଡ ନୁଆଁଇ ଚାଲିବାକୁ ଧମକ ଦିଆଯାଉଥିଲା ।
ଏହାସହ ସିନିୟର ଛାତ୍ରମାନେ ରାତିରେ ଜୁନିୟର ଛାତ୍ରଙ୍କୁ ହଷ୍ଟେଲକୁ ଡାକି ରାଗିଂ କରୁଥିଲେ। କିଛି ଦିନ ତଳେ ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କ ମୁଣ୍ଡର ଚୁଟି ଯୋରଜବରଦସ୍ତ କଟାଯିବା ନେଇ ଅଭିଯୋଗ ପରେ କଲେଜ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଜଣେ ଛାତ୍ରଙ୍କୁ ଚତୁର୍ଥ ବର୍ଷରୁ ତୃତୀୟ ବର୍ଷକୁ ବ୍ୟାକ କରାଯାଇଥିବାବେଳେ, ୪ଜଣଙ୍କୁ ହଷ୍ଟେଲରୁ ବାହାର କରାଯାଇଛି । ଅନ୍ୟପଟେ କ୍ୟାମ୍ପସରେ କେବେବି ରାଗିଂକୁ ପ୍ରସ୍ରୟ ଦିଆଯିବ ନାହିଁ ବୋଲି ଭିସି କହିଛନ୍ତି ।
from Odisha Reporter https://ift.tt/2MIgQUk
No comments:
Post a Comment