୭ ରାଜ୍ୟରେ ନିଯୁକ୍ତ ହେଲେ ନୂଆ ରାଜ୍ୟପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

୭ ରାଜ୍ୟରେ ନିଯୁକ୍ତ ହେଲେ ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ୭ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ମିଳିଛି।

ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଲାଲଜୀ ଟଣ୍ଡନଙ୍କୁ ବିହାର ରାଜ୍ୟପାଳ, ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ହରିଆଣା ରାଜ୍ୟପାଳ ଓ ବେବିରାଣୀ ମୌର୍ଯ୍ୟଙ୍କୁ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି ବିହାରରେ ରାଜ୍ୟପାଳ ଥିବା ସତ୍ୟପାଲ ମଲିକଙ୍କୁ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ମେଘାଳୟ ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କୁ ସିକ୍କିମ୍ ରାଜ୍ୟପାଳ ଓ ତ୍ରିପୁରା ରାଜ୍ୟପାଳ ତଥାଗତ ରୟଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଛି।

ସେହିପରି ହରିଆଣା ରାଜ୍ୟପାଳ କପ୍ତାନ ସିଂ ସୋଲାଙ୍କିଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ବଦଳି କରାଯାଇଛି ।



from Odisha Reporter https://ift.tt/2BwCAhN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages