ରାତି ଅଧରେ ଘରେ ପଶିଲା ଚୋର, ଛୁରୀ ଦେଖାଇ ଯାହା ମାଗିଲା, ଶୁଣିଲେ ନ ହସି ରହିପାରିବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ରାତି ଅଧରେ ଘରେ ପଶିଲା ଚୋର, ଛୁରୀ ଦେଖାଇ ଯାହା ମାଗିଲା, ଶୁଣିଲେ ନ ହସି ରହିପାରିବେନି

ବଦଳୁଥିବା ସମୟ ସହିତ ଲୋକଙ୍କ ଅଭ୍ୟାସ ଓ ଆବଶ୍ୟକତା ମଧ୍ୟ ବଦଳିବାରେ ଲାଗିଛି। ପୂର୍ବରୁ  ଯଦି କାହା ଘରେ ଚୋରି ହେଉଥିଲା, ତେବେ ଚୋର ଘରମାଲିକ ଶୋଇଥିବା ବେଳେ, ତାଙ୍କ ଘରୁ ଟଙ୍କା ପଇସା ସବୁ ଲୁଟି ନେଉଥିଲା। କିନ୍ତୁ ଏବେ ଚୋରି କରିବାର ଶୈଳୀରେ ବି ପରିବର୍ତ୍ତନ ହୋଇଛି। ନିକଟରେ ଏମିତି ଏକ ଅଜବ ଚୋରି ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଏଥିରେ ଚୋର ପୂରା ଅସ୍ତ୍ରଶସ୍ତ୍ର ସହ ରାତି ଅଧରେ ଜଣେ ବ୍ୟକ୍ତିଙ୍କ ଘରେ ପଶୁଛି, ଓ ସିଧା ଯାଇ ଘର ମାଲିକଙ୍କୁ ନିଦରୁ ଉଠାଉଛି। ଆଉ ତା’ପରେ ସେ ଯାହା ମାଗୁଛି, ତାହା ଶୁଣିଲେ ଆପଣ ନ ହସି ରହିପାରିବେ ନାହିଁ। ତେବେ ସମ୍ପୂର୍ଣ୍ଣ ଘଟଣାଟି କ’ଣ ଆସନ୍ତୁ ଜାଣିବା।

କାର୍ଲିଫର୍ନିଆରେ ଘଟିଛି ଏଭଳି ଘଟଣା। ଚୋରଟି ରାତି ଅଧରେ ଘରେ ପଶିବା ପରେ ଛୁରୀ ଧରି ଘରମାଲିକଙ୍କୁ ଡରାଇବାକୁ ଲାଗିଲା। ଆଉ ଚୁପ୍‌ଚାପ୍‌ ଘରର ୱାଇଫାଇ ପାସ୍‌ୱାର୍ଡ୍‌ କହିଦିଅ ବୋଲି ଧମକାଇଲା। ଘରମାଲିକ ମଧ୍ୟ ଭୟଭୀତ ହୋଇ ୱାଇଫାଇ ପାସ୍‌ୱାର୍ଡ୍‌ ଦେଇଦେଲେ। ଏହି ଘଟଣାରେ ସ୍ଥାନୀୟ ପୁଲିସ୍‌ ସେହି ବ୍ୟକ୍ତିଙ୍କୁ ଗିରଫ କରି ଧମକଚମକ ଦେଇ ତାକୁ ଛାଡ଼ି ଦେଇଥିଲେ।

କଥାଟା ଉଚ୍ଚପଦାଧିକାରୀଙ୍କ କାନକୁ ଗଲା ପରେ ଚୋରକୁ ପୁଣିଥରେ ଗିରଫ୍‌ କରାଗଲା। ପଚରାଉଚରା କରିବାରୁ ଚୋରଟି କହିଥିଲା ଯେ, ଫୋନ୍‌ରେ ଡାଟା ସରିଯିବାରୁ ତା’ର ଟେନ୍‌ସନ୍‌ ବଢଯ।ଇଥିଲା। କିଛି ବୁଦ୍ଧିବାଟ ନ ପାଇ ରାତି ଅଧିରେ ପାସ୍‌ୱାର୍ଡ୍‌ ଚୋରି କରିବାକୁ ସେ ଏଭଳି କାମ କରିଥିଲା। କିନ୍ତୁ କୋର୍ଟ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଚୋରଟିକୁ ଜେଲ୍‌ ପଠାଇ ଦେଇଛନ୍ତି।



from OdishaReporter https://ift.tt/2Kpqg1Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages