
ଶ୍ରୀନଗର: ଆତଙ୍କବାଦୀଙ୍କ ଠାରୁ ବନ୍ଧୁଙ୍କ ମୃତ୍ୟୁର ପ୍ରତିଶୋଧ ପାଇଁ ଗଲଫ୍ ଦେଶରେ ଚାକିରି କରୁଥିବା ପ୍ରାୟ ୫୦ ଯୁବକ ସ୍ୱଦେଶ ଫେରିଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ।
କିଛି ଦିନ ତଳେ ଜମ୍ମୁ-କଶ୍ମୀରରେ ୪୪ ରାଇଫଲ୍ମ୍ୟାନ୍ ଔରଙ୍ଗଜେବ୍ଙ୍କୁ ଆତଙ୍କବାଦୀମାନେ ଅପହରଣ ପରେ ହତ୍ୟା କରିଥିଲେ।
ଏହାକୁ ନେଇ ସାରା ଦେଶରେ ପ୍ରତିଶୋଧର ନିଆଁ ଜଳିଥିଲା।
ବିଶେଷ କରି ଗଲ୍ଫ୍ ଦେଶରେ କାର୍ଯ୍ୟରତ ଔରଙ୍ଗଜେବଙ୍କ ୫୦ ବନ୍ଧୁ ଏହି ହତ୍ୟାର ପ୍ରତିଶୋଧ ପାଇଁ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ବନ୍ଧୁ ହତ୍ୟାର ପ୍ରତିଶୋଧ ପାଇଁ ସେମାନେ ଭାରତୀୟ ସେନାରେ ଯୋଗଦେବାକୁ ଯୋଜନା କରିଥିବା କହିଛନ୍ତି। ଯୋଜନା ମୁତାବକ ସ୍ୱଦେଶ ଫେରିଥିବା ମହମ୍ମଦ କିରାମତ କହିଛନ୍ତି, ଔରଙ୍ଗଜେବଙ୍କୁ ଯେଉଁ ଦିନ ହତ୍ୟା କରାଗଲା, ସେହିଦିନ ହିଁ ଆମେ ଗଲ୍ଫ୍ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲୁ। ମୋ ସହ ଆଉ ୪୯ ଜଣ ବନ୍ଧୁ ମଧ୍ୟ ଚାକିରି ଛାଡ଼ି ସ୍ୱଦେଶ ଫେରିଛନ୍ତି। ଔରଙ୍ଗଜେବଙ୍କ ମୃତ୍ୟୁର ବଦଲା ନେବା ହେଉଛି, ଆମର ଏକମାତ୍ର ଲକ୍ଷ୍ୟ। ତେଣୁ ଆମେ ଏବେ ସେନାରେ ଯୋଗ ଦେବାକୁ ଚାହୁଁଛୁ ବୋଲି ସେ କହିଛନ୍ତି।
from OdishaReporter https://ift.tt/2LYWNkg
No comments:
Post a Comment