ମୁଠାଏ ଭାତ ପାଇଁ ସଂଘର୍ଷ, କିନ୍ତୁ ଫିଙ୍ଗା ଗଲା ୨୭୦୦ କ୍ୱିଣ୍ଟାଲ୍‌ ଚାଉଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ମୁଠାଏ ଭାତ ପାଇଁ ସଂଘର୍ଷ, କିନ୍ତୁ ଫିଙ୍ଗା ଗଲା ୨୭୦୦ କ୍ୱିଣ୍ଟାଲ୍‌ ଚାଉଳ

ସମ୍ୱଲପୁର (ସଞ୍ଜୟ ଜେନା): ପଶ୍ଚିମ ଓଡ଼ିଶାରେ ଏମିତି କିଛି ଅଞ୍ଚଳ ରହିଛି, ଯେଉଁଠି ଲୋକେ ମୁଠାଏ ଭାତ ଖାଇବାକୁ ପାଉନାହାନ୍ତି। ଏଥିପାଇଁ ସେମାନଙ୍କୁ ଦିନରାତି ସଂଘର୍ଷ କରିବାକୁ ପଡ଼ୁଛି। ଆମ୍ୱ ଟାକୁଆ ଖାଇ ଜୀବନ ଜିଇବାର ଚିତ୍ର ପଶ୍ଚିମ ଓଡ଼ିଶାରେ ପୂର୍ବରୁ ଦେଖିବାକୁ ମିଳିଥିଲା। ହେଲେ ଆଜି ସେହି ପଶ୍ଚିମ ଓଡ଼ିଶାର ସମ୍ୱଲପୁର ଜିଲ୍ଲାରେ ଟନ୍‌ ଟନ୍‌ ଚାଉଳ ବାହାରେ ଫିଙ୍ଗା ଯାଉଛି।

ହୀରାକୁଦରେ ବୈଷ୍ଣବଦେବୀ ରାଇସ୍‌ ମିଲ୍‌କୁ ଯୋଗାଣ ବିଭାଗ ପକ୍ଷରୁ ଧାନ ମିଳିଥିଲା। ଏହାକୁ ପ୍ରୋସେସିଂ କରି ଯୋଗାଣ ବିଭାଗକୁ ଫେରାଇବା କଥା। ମାତ୍ର ଧାନ ପେଷା ସରିବା ପରେ ବର୍ଷା ପାଣି ମିଲ୍‌ ଭିତରେ ପଶି ଯାଇଥିଲା। ଫଳରେ ଚାଉଳ ନଷ୍ଟ ହୋଇଯାଇଥିଲା। ତେଣୁ ସେହି ଚାଉଳକୁ ମିଲ୍‌ ମାଲିକ ବାହାରେ ଖୋଲା ପଡ଼ିଆରେ ଫିଙ୍ଗି ଦେଇଥିଲେ। ଗତ ଦୁଇ ଦିନ ଧରି ଏହି ଚାଉଳ ଟ୍ରାକ୍ଟରରେ ଫିଙ୍ଗା ଯାଉଥିଲା। ଫଳରେ ବର୍ଷା ପାଣିରେ ଚାଉଳ ଭିଜି ପଚା ଗନ୍ଧ ହେଉଥିଲା। ମୋଟ୍‌ ୨୭୦୦ କ୍ୱିଣ୍ଟାଲ୍‌ ଚାଉଳ ଫିଙ୍ଗା ଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଖବର ଜଣାପଡ଼ିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ସେଠାକୁ ଯାଇ ଫଟୋ ଉଠାଇ ଥିଲେ। ଏହି ସମୟରେ ମିଲ୍‌ କର୍ମଚାରୀମାନେ ସେମାନଙ୍କୁ ଫଟୋ ଉଠାଇବାକୁ ବାରଣ କରିଥିଲେ। ଉକ୍ତ ଚାଉଳକୁ ପୋତି ଦେବେ ବୋଲି କହିଥିଲେ।

ନଷ୍ଟ ହୋଇଥିବା ଚାଉଳ କେମିତି ଫେରାଇବେ?

ମିଲ୍‌ ମାଲିକ ନେଇଥିବା ଧାନର ଚାଉଳ କେମିତି ଫେରାଇବେ? ଯେହେତୁ ସେ ଉକ୍ତ ଧାନକୁ ବୀମା ଭୁକ୍ତ କରିଥିଲେ, ତେଣୁ ସେହି ଚାଉଳ ନଷ୍ଟ ହେଲେ ବି ମିଲ୍‌ର କୁଛ୍‌ ପରବାଏ ନାହିଁ। କାରଣ ସେଥିପାଇଁ ତାଙ୍କୁ ବୀମା ରାଶି ମିଳିବ। ସେହି ଟଙ୍କା ସେ ସରକାରଙ୍କୁ ଫେରାଇବେ ବୋଲି ଜଣାପଡିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଜଣେ ମିଲ୍‌ ମାଲିକ ଏତେ ପରିମାଣର ଧାନ ସଂଗ୍ରହ କରୁଛନ୍ତି, ଚାଉଳ ରଖିବା ପାଇଁ କ’ଣ ଆନୁସଙ୍ଗିକ ବ୍ୟବସ୍ଥା କରିନଥିଲେ? ଯଦି କରିଥିଲେ, ତାହାହେଲେ ଚାଉଳ ବର୍ଷା ପାଣିରେ ଭିଜିଲା କେମିତି? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମିଲ୍‌ ମାଲିକ ବୀମା କରିଥିଲେ ଟଙ୍କା ପାଇବେ। ମାତ୍ର ଯେଉଁମାନେ ଝାଳ ବୁହା ପରିଶ୍ରମ କରିଥିଲେ, ସେମାନଙ୍କୁ କ’ଣ ମିଳିବ?



from OdishaReporter https://ift.tt/2LVW4QN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages