ଆମେରିକା ଉପରେ ଆକ୍ରମଣ କରିବ ଚୀନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ଆମେରିକା ଉପରେ ଆକ୍ରମଣ କରିବ ଚୀନ!

ୱାଶିଂଟନ୍‌: ଗୋଟିଏ ପଟେ ଆମେରିକା ଓ ଚୀନ୍‌ ମଧ୍ୟରେ ଟ୍ରେଡ୍‌ ୱାର୍‌ ବା ବାଣିଜ୍ୟିକ ଯୁଦ୍ଧ ତୀବ୍ର ହୋଇଥିବା ବେଳେ ଏବେ ଦୁଇ ମହାଶକ୍ତିକୁ ନେଇ ଆଉ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ଚୀନ୍‌ ସେନା ଆମେରିକା ଉପରେ ଆକ୍ରମଣ କରିବାକୁ ଯୋଜନା ଆରମ୍ଭ କରିଥିବା ନେଇ ସନ୍ଦେହ ଉପୁଜିଛି। ଏଥିପାଇଁ କିଛି ମାସ ହେଲା ଚୀନ୍‌ ପ୍ରତିରକ୍ଷା ବିଭାଗ ବୋମାମାଡ଼ ସମ୍ପର୍କିତ ପ୍ରଶିକ୍ଷଣକୁ ଅଧିକ ତ୍ୱରାନ୍ୱିତ କରିଛି ବୋଲି କୌଣସି ସୂତ୍ରରୁ ଆମେରିକା ସୂଚନା ପାଇଥିବା କୁହାଯାଉଛି।

ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଙ୍କ ଉପରେ ଉଭୟ ଜଳ ଓ ସ୍ଥଳ ପଥରେ ଆକ୍ରମଣ କରିବା ପାଇଁ ଚୀନ୍‌ ପକ୍ଷରୁ ଏଭଳି ତାଲିମ ଦିଆଯାଉଛି ବୋଲି ଆଜି ପେଣ୍ଟାଗନ୍‌ ପକ୍ଷରୁ ଆଶଙ୍କା କରାଯାଇଛି।

ପେଣ୍ଟାଗନ୍‌ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଆମେରିକା ସରକାର ଚୀନ୍‌ ଉପରେ କେତେକ ବାଣିଜ୍ୟିକ କଟକଣା ଲଗାଇବାରୁ ଦୁଇ ଦେଶ ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି।

ଆମେରିକାର କଟକଣା ଯୋଗୁ ଚୀନ୍‌ ବିଶ୍ୱ ଦରବାରରେ ନିଜର କର୍ତ୍ତୃତ୍ଵ ଜାହିର କରିବାକୁ ଯେଉଁ ଉଦ୍ୟମ କରୁଥିଲା, ସେଥିରେ ତାକୁ ଶକ୍ତ ଝଟ୍‌କା ଲାଗିଛି। ଫଳରେ ଏହାର ପ୍ରତିଶୋଧ ନେବାକୁ ଚୀନ୍‌ ଏବେ ଯୋଜନା ଆରମ୍ଭ କରିଥିବା କୁହାଯାଉଛି।

ଚୀନର ଯୋଜନା ମୁତାବକ, ଗତ ୩ ବର୍ଷ ହେଲା ପିଏଲ୍‌ଏ ପକ୍ଷରୁ ଉଭୟ ଜଳପଥ ଓ ସ୍ଥଳପଥରେ କେମିତି ବୋମା ମାଡ଼ କରାଯିବ, ସେହି ପ୍ରଶିକ୍ଷଣ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି। ସମୁଦ୍ର ପଥରେ କେମିତି ପ୍ରତପକ୍ଷ  ରାଷ୍ଟ୍ରକୁ ମାତ ଦିଆଯାଇ ପାରିବ, ସେଥିପ୍ରତି ଯବାନମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ୍‌ ଦିଆଯାଇଛି।

ଏବେ ଚୀନ୍‌ ଟାର୍ଗେଟରେ ଆମେରିକା ଓ ତା’ର ସହଯୋଗୀ ରାଷ୍ଟ୍ରମାନେ ଅଛନ୍ତି ବୋଲି ପେଣ୍ଟାଗନର ଏହି ବିବୃତିରେ କୁହାଯାଇଛି।

ଦିନକୁ ଦିନ ଆମେରିକା ଓ ଚୀନ୍‌ ମଧ୍ୟରେ ‘ଟ୍ରେଡ୍‌ ୱାର୍‌’ ତୀବ୍ରତର ହେଉଥିବାରୁ ଦୁଇ ଦେଶ ଆପୋସ ଆଲୋଚନା ଦ୍ୱାରା ଏହାର ସମାଧାନ କରିବାକୁ ପ୍ରୟାସ କରୁଛନ୍ତି। କିନ୍ତୁ ଏଭଳି ପରିସ୍ଥିତିରେ ପେଣ୍ଟାଗନର ଏଭଳି ବିବୃତି ନୂଆ ବିବାଦ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

(ଏହି ଖବରଟି ଟାଇମ୍ସ ଅଫ୍‌ ଇଣ୍ଡିଆରେ ପେଣ୍ଟାଗନ୍‌ର ବିବୃତିକୁ ଉଦ୍ଧାର କରି ପ୍ରକାଶ ପାଇଛି।)



from Odisha Reporter https://ift.tt/2MSgLdL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages