
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶକୁ ଆଜି ପୁଣିଥରେ କିଛି ଦୁର୍ବୃତ୍ତ ବିଚ ରାସ୍ତାରେ ଆକ୍ରମଣ କରିଛନ୍ତି।
ସ୍ୱାମୀ ଅଗ୍ନିବେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଉଥିବା ବେଳେ ଦୀନ ଦୟାଲ ଉପାଧ୍ୟାୟ ମାର୍ଗ ନିକଟରେ ତାଙ୍କୁ କିଛି ଲୋକ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଅଗ୍ନିବେଶଙ୍କୁ ମାଡ଼ ମରାଯାଉଥିବା ବେଳର ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଘଟଣା ପରେ ଗଣାମାଧ୍ୟମକୁ ସୂଚନା ଦେଇ ଅଗ୍ନିବେଶ କହିଛନ୍ତି, “ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଉଥିବା ବେଳେ ପୁଲିସ୍ ଉପସ୍ଥିତିରେ ହିଁ ଭାରତୀୟ ଜନତା ପାର୍ଟିର କର୍ମୀମାନେ ମୋତେ ଆକ୍ରମଣ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ଉପସ୍ଥିତ ଥିବାରୁ ଏବେ ନିଜ ଆଡ଼ୁ ମାମଲା ରୁଜୁ କରି ଦୁର୍ବୃତ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।“
ସେ ଆହୁରି କହିଛନ୍ତି, “ ମୁଁ ଅଟଳଜୀଙ୍କ ବାସଭବନକୁ ଅନ୍ତିମ ଦର୍ଶନ ପାଇଁ ଯାଇପାରି ନଥିବାରୁ ବିଜେପି ମୁଖ୍ୟାଳୟକୁ ଯାଉଥିଲି। ଏନେଇ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ କଥା ମଧ୍ୟ ହୋଇଥିଲି। ହେଲେ, କିଛି ଲୋକ ମୋ କାର୍କୁ ଆଇଟିଓ ଗେଟ୍ ପାଖରେ ଅଟକାଇ ମୋତେ ବିଧା ଓ ଗୋଇଠା ମାରିଥିଲେ।”
ପୂର୍ବରୁ ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ସ୍ୱାମୀ ଅଗ୍ନିବେଶଙ୍କୁ ଝାରଖଡ଼ର ପାକୁର ଜିଲ୍ଲାରେ ଆକ୍ରମଣ କରିଥିଲେ।
from Odisha Reporter https://ift.tt/2PhbUEs
No comments:
Post a Comment