ଭାଇରାଲ୍‌ ହେଲା ଉଲଗ୍ନ ମହିଳାଙ୍କ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ଭାଇରାଲ୍‌ ହେଲା ଉଲଗ୍ନ ମହିଳାଙ୍କ ଭିଡିଓ

କେନ୍ଦୁଝର (ପ୍ରଣୟ ପାଣି): କାମ ଦେଉନି ରାଜ୍ୟ ପୁଲିସ ମୁଖିଆଙ୍କ ତାଗିଦ। ବାରମ୍ୱାର ତାଗିଦ୍‌ ସତ୍ତ୍ୱେ ପୁଣି ଥରେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ।

ଏଥର ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ। ଭିଡିଓରେ ଥିବା ମହିଳାଙ୍କ ଅଭିଯୋଗ କ୍ରମେ ସଦର ଥାନା ପୁଲିସ ମାମଲା ରୁଜୁ କରିବା ସଙ୍ଗେ ସଙ୍ଗେ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ରଣବୀର(ଛଦ୍ମନାମ) ମାଛ ବ୍ୟବସାୟ କରନ୍ତି। ସେ ବିବାହିତ ହୋଇଥିବା ସତ୍ତ୍ୱେ ପାଟଣା ଅଞ୍ଚଳରେ ଜଣେ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲେ। ଏପରିକି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ଏହାର ଭିଡିଓ ରେକର୍ଡିଙ୍ଗ ମଧ୍ୟ କରିଥିଲେ। ଯାହା ଏବେ ଭାଇରାଲ୍‌ ହୋଇଯାଇଛି।

ଏବେ ସେହି ଭିଡିଓ ମୋବାଇଲ୍‌ରୁ ମୋବାଇଲକୁ ଘୂରି ବୁଲୁଛି। ୪୨ ସେକେଣ୍ଡର ଏହି ଭିଡିଓରେ କେବଳ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ଦେଖିବାକୁ ମିଳିଛି। ମାତ୍ର ସମ୍ପୃକ୍ତ ପୁରୁଷଙ୍କୁ ଦେଖିବାକୁ ମିଳୁନାହିଁ।

ଭିଡିଓରେ ଥିବା ମହିଳା ଜଣକ ଏ ସମ୍ପର୍କରେ ଜାଣିପାରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ରଣବୀରଙ୍କୁ ଗିରଫ କରିଛି। ପରେ ଉଭୟଙ୍କ ଡାକ୍ତରୀମାଇନା କରିଥିବା ଜଣାପଡ଼ିଛି।



from Odisha Reporter https://ift.tt/2OVdwTq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages