
ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଏବେ ସାପଙ୍କର ପ୍ରଜନନ ସମୟ। ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ସାପ ବାହାରିବାର ଖବର ଆସୁଛି। ଏହିପରି ସାପ ସଂପର୍କିତ ଏକ ଖବର ଆସିଛି ମାଲକାନଗିରି ଜିଲ୍ଲାରୁ।
ମଲକାନଗିରି ସହର ଉପକଣ୍ଠ ସତ୍ୟମଗୁଡ଼ାର ରଥ ପୂଜାରୀଙ୍କ ପରିବାର ଲୋକେ ଆଜି ଟିଭି ଦେଖୁଥିଲେ। ଏହି ସମୟରେ ଟିଣ ଛପର ତଳେ ଗୋଟିଏ ଅଜଗର ସାପ ଯାଉଥିବା ଦେଖିଥିଲେ। ପରେ ଏନେଇ ସ୍ନେକ୍ ହେଲ୍ପ ଲାଇନ୍କୁ ଖବର ଦେଇଥିଲେ। ସ୍ନେକ୍ ହେଲ୍ପ ଲାଇନ୍ର କର୍ମକର୍ତ୍ତା ସେଠାରେ ପହଞ୍ଚି ଛାତ ତଳୁ ୬ ଫୁଟ୍ ଲମ୍ୱର ସେହି ଅଜଗର ସାପକୁ ଉଦ୍ଧାର କରିଥିଲେ।
from OdishaReporter https://ift.tt/2MqO6fD
No comments:
Post a Comment