ଆସନ୍ତାକାଲି ମହରାଷ୍ଟ୍ର ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ଆସନ୍ତାକାଲି ମହରାଷ୍ଟ୍ର ବନ୍ଦ

ମୁମ୍ବାଇ: ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି କରି ଆସନ୍ତକାଲି ମରାଠା ସଂପ୍ରଦାୟ ପକ୍ଷରୁ ମହରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି।

ଗୋଟିଏ ପଟେ ଦଳିତ ସଂଗଠନର ଭାରତ ବନ୍ଦ ଡାକରା ଓ ମରାଠା ସଂପ୍ରଦାୟର ମହରାଷ୍ଟ୍ର ବନ୍ଦ ଡାକରା ପୁଲିସ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ବନ୍ଦକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି।

ଶାନ୍ତିଶୃଙ୍ଖଳା ପାଇଁ ୬ କମ୍ପାନୀ ଆର୍‌ଏଏଫ୍‌ ଓ ଗୋଟିଏ କମ୍ପାନୀ ସିଆଇଏସ୍‌ଏଫ୍‌ ଯବାନମାନେ ଔରଙ୍ଗାବାଦ, ଥାନେ ଓ ନାଭୀ ମୁମ୍ବାଇରେ ମୁତୟନ ହେବେ।

ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରାଯିବ। ଏଥିସହ ତହସଲିଦାର ଓ ଏସ୍‌ଡିଏମ୍‌ ଅଫିସ ମଧ୍ୟ ଘେରାଉ କରାଯିବାର କାର୍ଯ୍ୟକ୍ରମ ରହିଛି।

ସବୁ ପ୍ରକାରର ପରିସ୍ଥିତି ପାଇଁ ପୁଲିସ୍‌ ପ୍ରସ୍ତୁତ ଥିବା ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି। ସେ କହିଛନ୍ତି ବନ୍ଦକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି।

ମରାଠା କ୍ରାନ୍ତି ମୋର୍ଚ୍ଚାର ସଂରକ୍ଷଣ ଦାବି ସହିତ ଗତଥର ମରାଠା ଆନ୍ଦୋଳନ ବେଳେ ପୁଲିସ୍‌ ଗିରଫ କରିଥିବା ସମସ୍ତ ବିକ୍ଷୋଭକାରୀଙ୍କୁ ଛାଡ଼ିଦେବାକୁ ମଧ୍ୟ ଦାବି କରାଯାଇଛି।



from OdishaReporter https://ift.tt/2OUfYKy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages