ଝିଅ ବାହାଘରରେ କେଉଁ ଉପହାର ଦେବା ଅନୁଚିତ୍‌ , ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ଝିଅ ବାହାଘରରେ କେଉଁ ଉପହାର ଦେବା ଅନୁଚିତ୍‌ , ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ଝିଅ ଥିଲେ ବାପା ମା’ଙ୍କର ଚିନ୍ତା ଥାଏ। ସବୁଠୁ ଗୁରୁଦାୟିତ୍ୱ ହେଲା ଝିଅର ବାହାଘର। ଝିଅ ପାଇଁ ଉପଯୁକ୍ତ ବରପାତ୍ର ଖୋଜିବା, ବାହାଘରର ଆୟୋଜନ ଏବଂ ତା’ର ବିଦାୟରେ ଯେମିତି ଟିକେ କିଛି ଉଣା ହୋଇ ନ ଯାଏ ସେଥିଲାଗି ବାପା ମା’ଙ୍କର ଧ୍ୟାନ ଥାଏ। ସେହିପରି ଦେବାନେବାକୁ ନେଇ ଶାଶୁଘର ଲୋକେ ଯେମିତି କିଛି ନବାରନ୍ତି ସେ ଚିନ୍ତାବି ଘାରେ।

ତେଣୁ ଝିଅ ଯେମିତି ପରଘରେ ଖୁସି ଆଉ ସୁଖରେ ରହିବ ସେଥି ଲାଗି ସବୁ ଜିନିଶ ଦେଇଥାନ୍ତି ବାପା ମା’। ତେବେ ଆଜିକାଲି ଆଧୁନିକ ଯୁଗରେ ବାହାଘର ରୀତିନୀତି ବଦଳିଛି। ଆଗରୁ  ସେମିତି ନ ଥିଲା। ଯଦିଓ ଏବେକାର ଯୁଗର ବାହାଘରର ଲୋକେ କିଛି ପୁରୁଣା ପରମ୍ପରା ଓ ନୀତି ନିୟମକୁ ଭୁଲିଗଲେଣି ତେବେ ଝିଅର ସମସ୍ତ ଇଚ୍ଛାକୁ ପୂରଣ କରିବା ପାଇଁ ବାପା ମା’ ଚେଷ୍ଟା କରିଥାନ୍ତି। ଆଜିକାଲି ଝିଅ ବିଦାୟ ବେଳେ ପରିବାର ଲୋକେ ଅନେକ କିଛି ଉପହାର ଦେଇଥାନ୍ତି। ତେବେ କିଛି ଲୋକେ ଝିଅକୁ ଗଣେଶ ମୂର୍ତ୍ତି ବି ଦେଇଥାନ୍ତି। ହିନ୍ଦୁ ଧର୍ମରେ ଗଣେଶଙ୍କୁ ବିଘ୍ନବିନାଶକ ବୋଲି କୁହାଯାଇଛି।

ଏହାର ଅର୍ଥାତ ପ୍ରଭୁ ଗଣେଶ ଯେଉଁଠି ବିରାଜମାନ କରିବେ ସେ ସବୁ ସ୍ଥାନକୁ ବିପଦ ଆସେ ନାହିଁ। ସେଥିପାଇଁ ଗଣେଶଙ୍କୁ ଶୁଭର ପ୍ରତୀକ ବୋଲି ବିବେଚନା କରାଯାଏ। ଏହି ବିଶ୍ୱାସରେ ବାପା ମା’ ଝିଅ ବହାଘର ବେଳେ ଗଣେଶ ମୂର୍ତ୍ତି ଦେଇଥାନ୍ତି। କିନ୍ତୁ ଶାସ୍ତ୍ର ଅନୁଶାରେ ଗଣେଶ ମୂର୍ତ୍ତି ଉପହାର ଦେଲେ ଅଶୁଭ ହୋଇଥାଏ।  କାରଣ ଶାସ୍ତ୍ର ଅନୁଯାୟୀ ଝିଅକୁ ଘରର ଲକ୍ଷ୍ମୀ ବୋଲି ମାନ୍ୟତା ରହିଛି । କୁହାଯାଏ ଲକ୍ଷ୍ମୀ ଏବଂ ଗଣେଶଙ୍କ ମଧ୍ୟରେ ପଡ଼େ ନାହିଁ। ତେଣୁ ଝିଅକୁ ଏକସଙ୍ଗେ ଲକ୍ଷ୍ମୀ ଏବଂ ଗଣେଶ ମୂର୍ତ୍ତି ଦେଲେ ଆର୍ଥିକ ସଙ୍କଟର କାରଣ ପାଲଟିଥାଏ । ଏହି କାରଣରୁ  ଉପହାରରେ ଏକ ସଙ୍ଗେ ଗଣେଶ ଓ ଲକ୍ଷ୍ମୀ ମୂର୍ତ୍ତି  ଦେବା ଅନୁଚିତ୍।



from OdishaReporter https://ift.tt/2vLpgQx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages