ପ୍ରିୟଙ୍କା ଓ ତାଙ୍କ ଭାବି ସ୍ୱାମୀଙ୍କ ରୋଜଗାର କେତେ ? ନିର୍ବନ୍ଧ ପରେ ଚର୍ଚ୍ଚା ହେଉଛି ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ପ୍ରିୟଙ୍କା ଓ ତାଙ୍କ ଭାବି ସ୍ୱାମୀଙ୍କ ରୋଜଗାର କେତେ ? ନିର୍ବନ୍ଧ ପରେ ଚର୍ଚ୍ଚା ହେଉଛି ଏମିତି କଥା

ମୁମ୍ବାଇ: ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ଙ୍କ ମଧ୍ୟରେ ନିର୍ବନ୍ଧ ପରେ ଏବେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା। ଖୁବ୍‌ଶୀଘ୍ର ଉଭୟେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଉଭୟେ ପ୍ରିୟଙ୍କା ଏବଂ ନିକ୍‌ ନିଜ ନିଜ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣାଶୁଣା। ନିକ୍‌ ହେଉଛନ୍ତି ଆମେରିକାର ଗାୟକ। ଯଦି ଉଭୟଙ୍କ କ୍ୟାରିୟର ଓ ଆୟକୁ ନେଇ ଚର୍ଚ୍ଚା ହୁଏ ତେବେ ନିକ୍‌ ବହୁ ଆଗରେ ଅଛନ୍ତି। ଅବଶ୍ୟ ନିକ୍‌ଙ୍କ ତୁଳନାରେ ପ୍ରିୟଙ୍କା ମଧ୍ୟ କିଛି କମ୍‌ ନୁହନ୍ତି। କିନ୍ତୁ ଯେହେତୁ ନିକ୍‌ ହଲିଉଡ୍‌ ଷ୍ଟାର ତାଙ୍କର ପାରିଶ୍ରମିକ ପ୍ରିୟଙ୍କାଙ୍କ ଠାରୁ ଯଥେଷ୍ଟ ଅଧିକ।

‘ଡେଲିମେଲ ଏଷ୍ଟିମେଟ୍‌ର’ ଏକ ରିପୋର୍ଟ ଅନୁଯାୟୀ ନିକ୍‌ଙ୍କର ବାର୍ଷିକ ଆୟ ପାଖାପାଖି ୨୫ ମିଲିୟନ୍‌। ଅର୍ଥାତ ନିକ୍‌ଙ୍କ ବାର୍ଷିକ ଆୟ ହେଉଛି ୧୭୧ କୋଟି ଟଙ୍କ। ୨୦୧୬ ଜୁନ୍‌ ୧ରୁ ୨୦୧୭ ଜୁନ୍‌ ୧ ମଧ୍ୟରେ ଏହି ରିପୋର୍ଟ ଆସିଥିବା ଜଣାପଡ଼ିଛି।

ଆଉ ସେହି ସମୟସୀମା ମଧ୍ୟରେ ପ୍ରିୟଙ୍କାଙ୍କ ଆୟ ଥିଲା ୬୪ କୋଟି। ଯଦି ଉଭୟଙ୍କ ଆୟକୁ ହିସାବକୁ ନିଆଯାଏ ତେବେ ଏହା ବାର୍ଷିକ ୨୦୦ କୋଟି ଟଙ୍କାରୁ ଅଧିକ ହେବ। ଏଠାରେ ସୂଚନାଯୋଗ୍ୟ ଯେ,ଗତ ୧୮ ଅଗଷ୍ଟରେ ନିକ୍‌ ଜୋନ୍‌ସ ଓ ପ୍ରିୟଙ୍କା ମଧ୍ୟରେ ନିର୍ବନ୍ଧ ହୋଇଥିଲା। କୁହାଯାଉଛି ଉଭୟଙ୍କ ବାହାଘର ଚଳିତ ଅକ୍ଟୋବର ମାସରେ ହୋଇପାରେ।



from Odisha Reporter https://ift.tt/2MEMRwF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages