
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସ୍ୱାଧୀନତା ଦିବସ ପ୍ୟାରେଡ୍ ପାଇଁ ଚାଲିଥିଲା ଅଭ୍ୟାସ। ତେବେ ଏହି ଅଭ୍ୟାସ ବେଳେ ୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଆଜି ଏମିତି ଘଟଣା ରାଉରକେଲାରେ ଘଟିଛି।
ଆଜି ଷ୍ଟିଲ୍ ସିଟି ରାଉରକେଲାର ହ୍ୟୁମିଡିଟି ୮୯% ରହିଥିଲା। ସେଥିପାଇଁ ପ୍ରବଳ ଗୁଳୁଗୁଳି ହେଉଥିଲା। ଏହା ସତ୍ତ୍ୱେ ଏମ୍ଜିଏମ୍ ଇଂଲିଶ୍ ମିଡିୟମ୍ ସ୍କୁଲ୍ ଛାତ୍ରଛାତ୍ରୀ ଅପରାହ୍ନ ସାଢ଼େ ୧୧ଟା ବେଳେ ଇସ୍ପାତ ଷ୍ଟାଡିୟମ୍ରେ ସ୍ୱାଧୀନତା ଦିବସ ପ୍ୟାରେଡ୍ ପାଇଁ ଅଭ୍ୟାସ କରୁଥିଲେ।
ଏହି ଅଭ୍ୟାସ ପ୍ୟାରେଡ୍ ବେଳେ ହଠାତ୍ ୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ କମ୍ୟୁନିଟି ୱେଲ୍ଫେୟାର୍ ହସ୍ପିଟାଲ୍(CWH) ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଆଇଜିଏଚ୍ର ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଛି।
ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମ୍ଖିଆଲ୍ ନୀତି ପାଇଁ ପିଲାମାନେ ଅସୁସ୍ଥ ହୋଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।
from OdishaReporter https://ift.tt/2vBNJbT
No comments:
Post a Comment