‘ଏନ୍‌ଆର୍‌ସି’ ନିଆଁରେ ଘିଅ ଢାଳିଲେ ରାମଦେବ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

‘ଏନ୍‌ଆର୍‌ସି’ ନିଆଁରେ ଘିଅ ଢାଳିଲେ ରାମଦେବ୍

ନୂଆଦିଲ୍ଲୀ: ଆସାମର ନାଗରିକତ୍ୱକୁ ନେଇ ଏନ୍‌ଆର୍‌ସିଙ୍କ ତାଲିକା ସପକ୍ଷରେ ଅଣ୍ଟା ଭିଡ଼ିଛନ୍ତି ଯୋଗଗୁରୁ ବାବା ରାମଦେବ। ଏହି ତାଲିକାକୁ ନେଇ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଓ ବିରୋଧୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହୋଇଥିବାବେଳେ ଆସାମରେ ରହୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମ୍ପର୍କରେ ପ୍ରତିକୂଳ ଟିପ୍ପଣୀ ଦେଇଛନ୍ତି ଯୋଗଗୁରୁ।

ରାମଦେବ କହିଛନ୍ତି ଯେ ଏବେ ଭାରତରେ ୩ରୁ ୪ କୋଟି ଲୋକ ବେଆଇନ୍‌ ଭାବେ ରହୁଛନ୍ତି। ଆସାମରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଅବାଧ ପ୍ରବେଶ ଏହି ସମସ୍ୟାକୁ ଅଧିକ ଜଟିଳ କରିଛି। ଯୋଗଗୁରୁ କହିଛନ୍ତି, ରୋହିଙ୍ଗ୍ୟାମାନଙ୍କୁ ଭୁଲ୍ ତାଲିମ୍ ଦିଆଯାଉଛି। ଯଦି ସେମାନଙ୍କୁ ସ୍ଥାୟୀ ନାଗରିକତ୍ୱ ମିଳିବ, ତେବେ ଦେଶରେ ଆହୁରି ୧୦ଟି କଶ୍ମୀର୍‌ ଭଳି ସ୍ଥିତି ସୃଷ୍ଟି ହେବ

ଜୁଲାଇ ୩୦ ତାରିଖରେ ପ୍ରକାଶିତ ଆସାମ ନାଗରିକତ୍ୱ ତାଲିକାରୁ ୪୦ ଲକ୍ଷ ଲୋକ ବାଦ୍‌ ପଡ଼ିଛନ୍ତି। ତେବେ ଏତେସଂଖ୍ୟକ ଲୋକଙ୍କୁ ଦେଶରୁ ବିଦା କରିବା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଓ ବିରୋଧୀଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ତୀବ୍ର ହୋଇଛି।  

୧୯୭୧ ମସିହା ମାର୍ଚ୍ଚ ୨୧ ତାରିଖ, ବାଂଲାଦେଶର ସ୍ୱାଧୀନତା ପୂର୍ବରୁ ସେମାନେ ଭାରତରେ ରହୁଥିବାର ପ୍ରମାଣପତ୍ର ଯୋଗାଡ଼ କରି ପାରୁନଥିବାରୁ ଏତେ ସଂଖ୍ୟକ ଲୋକଙ୍କୁ ଏନ୍‌ଆରସିଙ୍କ ତାଲିକାରୁ ବାଦ୍ ଦିଆଯାଇଛି। ତେବେ ଏହାର ଚୂଡ଼ାନ୍ତ ତାଲିକା ଆସନ୍ତା ଡିସେମ୍ବର ୩୧ ତାରିଖରେ ପ୍ରକାଶ ପାଇବ।     



from OdishaReporter https://ift.tt/2nszyBb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages