ବନ୍ଧା ହେଲେ ଦୁଇ ଦୁଷ୍କର୍ମ ଅଭିଯୁକ୍ତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ବନ୍ଧା ହେଲେ ଦୁଇ ଦୁଷ୍କର୍ମ ଅଭିଯୁକ୍ତ!

rape-1

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଯୁବତୀଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ଘଟଣାର ଦୁଇ ଅଭିଯୁକ୍ତ ଶେଷରେ ପୁଲିସ ହାତରେ ଧରାପଡ଼ିଛନ୍ତି। ରାଉରକେଲା ପ୍ଲାଣ୍ଟ୍‌ ସାଇଟ୍‌ ଥାନା ପୁଲିସ ସେମାନଙ୍କୁ ଗତକାଲି ଗିରଫ କରିଛି। ପୀଡ଼ିତାଙ୍କୁ ଅପହରଣରେ ବ୍ୟବହୃତ ଅଟୋକୁ ମଧ୍ୟ ଜବତ କରାଯାଇଛି।

ଗତ ୨୮ ତାରିଖ ସନ୍ଧ୍ୟାରେ ଛବି (ଛଦ୍ମନାମ) ନାମକ ଜଣେ ଯୁବତୀ ଘରକୁ ଫେରିବା ପାଇଁ ଓଡ଼ିଶା ସ’ମିଲ୍‌ ଛକରେ ଠିଆ ହୋଇଥିଲେ। ଏହି ସମୟରେ ମନୀଷ ପ୍ରସାଦ ନାମକ ଜଣେ ଅଟୋ ଡ୍ରାଇଭର ତାଙ୍କୁ ଘରେ ଛାଡ଼ି ଦେବାକୁ କହି ଆଣିଥିଲା। ପରେ ମନୀଷର ସାଙ୍ଗ ରାହୁଲ ମଧ୍ୟ ଅଟୋରେ ଚଢ଼ିଥିଲା।

ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କୁ ନିକଟସ୍ଥ ଦୁର୍ଗାପୁର ପାହାଡ଼ ଉପରକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ତେବେ ପୀଡିତା କୌଶଳକ୍ରମେ ସେଠାରୁ ଖସିଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ।

ଝିଅଠାରୁ ସବୁ କଥା ଶୁଣି ପରିବାର ଲୋକେ ଏନେଇ ପ୍ଲାଣ୍ଟ୍‌ ସାଇଟ୍‌ ଥାନାରେ ଏତଲା ଦେଇଥିଲେ।

ଶୁକ୍ରବାର ରାତିରେ ଏହି ଦୁଇ ଅଭିଯୁକ୍ତ ଅଟୋରେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରି ପରେ କୋର୍ଟ ଚାଲାଣ କରିଛି।



from OdishaReporter https://ift.tt/2Otvk7Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages