ବିଚ୍‌ ରାସ୍ତାରେ ଛାତ୍ରୀଙ୍କୁ ଟଣାଓଟରା, ବୟଫ୍ରେଣ୍ଡଙ୍କୁ ମାଡ଼: ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ବିଚ୍‌ ରାସ୍ତାରେ ଛାତ୍ରୀଙ୍କୁ ଟଣାଓଟରା, ବୟଫ୍ରେଣ୍ଡଙ୍କୁ ମାଡ଼: ଭିଡିଓ ଭାଇରାଲ

ପାଟନା: ନାରୀ ନିର୍ଯାତନାର ଆଉ ଏକ ନଗ୍ନ ଚିତ୍ରକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଜଣେ ସ୍କୁଲ ଛାତ୍ରୀ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଯାଉଥିବା ବେଳେ ଅସଦାଚରଣର ଶିକାର ହୋଇଛନ୍ତି। କିଛି ଦୁର୍ବୃତ୍ତ ସମ୍ପୃକ୍ତ ଛାତ୍ରୀଙ୍କୁ ଟଣାଓଟରା କରିବା ସହ ତାଙ୍କ ବୟଫ୍ରେଣ୍ଡକୁ ମାରପିଟ୍‌ କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ଆଉ କିଛି ଯୁବକ ଭିଡିଓ ସୁଟ୍‌ କରି ଏହାକୁ ଭାଇରାଲ କରିଥିବା ଅଭିଯୋଗ ହୋଇଛି।

ବିହାରର ସହର୍ସ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ପୁଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି।  ଭାଇରାଲ ହେଉଥିବା ଭିଡିଓରେ ଯୁବତୀ ଜଣକ ନିଜକୁ ବଞ୍ଚାଇବା ପାଇଁ ଚିତ୍କାର କରୁଥିବା ଦେଖାଯାଇଛି। ତେବେ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ସହର୍ସ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରଭାକର ରିୱାରି ସୂଚନା ଦେଇଛନ୍ତି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବାରୁ ସେମାନଙ୍କୁ ଖୋଜାଯାଉଥିବା ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରଭାକର କହିଛନ୍ତି।

ଅଭିଯୋଗ ଅନୁଯାୟୀ ଛାତ୍ରୀ ଜଣକ ଏକ ବାଇସାଇକେଲରେ ଯାଉଥିବା ବେଳେ ବାଟରେ କିଛି ଅସାମାଜିକ ଯୁବକ ତାଙ୍କୁ ଅଟକାଇଥିଲେ। ତେବେ ଛାତ୍ରୀ ସହ ତାଙ୍କ ବୟଫ୍ରେଣ୍ଡ ଥିବା ପୁଲିସ କହିଛି। ଦୁର୍ବୃତ୍ତମାନେ ଛାତ୍ରୀ ଜଣଙ୍କୁ ଟଣାଓଟରା କରିବା ସହ ଅଶାଳୀନ ବ୍ୟବହାର କରିଥିଲେ। ଏପରିକି ସେମାନେ ଛାତ୍ରୀ ଜଣକର ଓଢଣି ଟାଣୁଥିବା ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଉଛି।

ସେହିପରି ଛାତ୍ରୀଙ୍କ ବୟଫ୍ରେଣ୍ଡକୁ ଆଉ କେତେକ ମାରପିଟ୍‌ କରୁଥିବା ବେଳେ ଏହାର ଭିଡିଓ ସୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବିହାରରେ ବିରୋଧୀ ଦଳ ନିତୀଶ ସରକାରଙ୍କୁ ଘେରିଛନ୍ତି।



from Odisha Reporter https://ift.tt/2BUEl8x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages