ନିଜର ନ ହୋଇ ବି ଯାହାକୁ ମଣିଷ କଲେ, ସେ ମାଡ଼ ମାରି ତଡ଼ିଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ନିଜର ନ ହୋଇ ବି ଯାହାକୁ ମଣିଷ କଲେ, ସେ ମାଡ଼ ମାରି ତଡ଼ିଦେଲା

ବଲାଙ୍ଗୀର (ସସ୍ମିତା ସାହୁ): ମଣିଷ ଗଛ ଲଗାଇବା ଭଲ କି ନୁହେଁ, ସେ ନେଇ ଆମ ଭିତରେ ଯୁକ୍ତି ହୁଏ ସବୁବେଳେ। ହେଲେ ଅଧିକାଂଶ ଲୋକେ ଏହା ହିଁ କୁହନ୍ତି, ମଣିଷ ଗଛ ଲଗାଇବା ଉଚିତ୍‌ ନୁହେଁ। ଅବଶ୍ୟ ଏମିତି ଗୋଟିଏ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଆପଣ ବି କଥାଟାକୁ ବିଶ୍ୱାସ କରିବାକୁ ବାଧ୍ୟ ହେବେ।

ବଲାଙ୍ଗିର ଜିଲ୍ଳା ଦେଓଗାଁ ବ୍ଳକ୍ ଅନ୍ତର୍ଗତ କୁଡ଼ାସିଂହା ଗାଁର ବୃନ୍ଦାବନ ଓ ନିରାଶ। ପରିଣତ ବୟସରେ ପହଞ୍ଚିଥିବା ଏହି ଦମ୍ପତିଙ୍କ ଉପରେ ଆଜି ଭାଗ୍ୟ ଦାଉ ସାଧୁଛି। ନିଜର ନ ହୋଇ ବି ଯାହାକୁ ନିଜଠୁ ଅଧିକ କରି ପାଳିଥିଲେ ସେ ଆଜି ତାଙ୍କୁ ପର କରିଦେଲା। ବାରଦୁଆର ହେବାକୁ ଦରମରା କରି ଛାଡ଼ିଲା।

କୁଡ଼ାସିଂହା ଗାଁରେ ରହୁଥିବା ଏହି ଦମ୍ପତି ନିଃସନ୍ତାନ ଥିବାରୁ ବଡ଼ ଭାଇଙ୍କ ଝିଅଙ୍କୁ ଝିଅ କରି ରଖିଥିଲେ। ପିଲାଟି ବେଳୁ ପାଳି ପୋଷି ତାକୁ ବଡ଼ କରିଥିଲେ। ଝିଅଟି ବଡ଼ ହେବା ପରେ ବଲାଙ୍ଗିର ସହରର ଜଣେ ଯୁବକଙ୍କ ସହିତ ବାହାଘର ବି କରାଇଥିଲେ ବୃନ୍ଦାବନ।

ତା’ରି ବାହାଘର ପାଇଁ ସବୁ ଜମିବାଡ଼ିକୁ ବିକ୍ରି ମଧ୍ୟ କରିଦେଇଥିଲେ। ଆଶା ଥିଲା ବୁଢ଼ା ବୟସରେ ଝିଅ ହିଁ ସାହା ହେବ। ହେଲେ ତାଙ୍କର ସେ ଆଶା ମଉଳି ଯାଇଛି।

ଗଲା ୬ ମାସ ତଳେ ଏହି ଦୁଇ ବୁଢ଼ାବୁଢ଼ୀ ବଲାଙ୍ଗିରରେ କବାଟପଡ଼ାରେ ରହୁଥିବା ଝିଅ ଘରକୁ ଆସିଥିଲେ। ହେଲେ ପାଳିତା ଝିଅ ରଖିବ କ’ଣ ଗଳା ଧକ୍କା ଦେଇ ତାଙ୍କୁ ତଡ଼ି ଦେଇଥିଲା।

ଅସହାୟ ସ୍ୱାମୀ ସ୍ତ୍ରୀ ସହର ଭିତରେ ଘୂରି ବୁଲୁଥିବା ବେଳେ, ଏଲ୍.ଆଇ.ସି କଲୋନୀର କନକ ନାମକ ଜଣେ ମହିଳା ଏବେ ତାଙ୍କୁ ଆଶ୍ରୟ ଦେଇଛନ୍ତି। ବଲାଙ୍ଗିର ପୌରସଂସ୍ଥାରୁ ଯଦି ଭତ୍ତା ଏବଂ ଚାଉଳ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇପାରନ୍ତା ତାହେଲେ, ଏ ଦୁଇଜଣଙ୍କ ପାଇଁ ସୁବିଧା ହଅନ୍ତା ବୋଲି କହିଛନ୍ତି କନକ। ସେପଟେ ଏ ଦିଗରେ ପଦକ୍ଷେପ ନେଇ ଏମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବଲାଙ୍ଗିର ଉପ-ଜିଲ୍ଳାପାଳ ଭୈରବ ସିଂହ ପଟେଲ।



from Odisha Reporter https://ift.tt/2o90y9s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages