‘ଅପପୁଷ୍ଟି ଓ ଶିକ୍ଷାର ମାନ ହ୍ରାସ ପାଇବା ରାଜ୍ୟ ପାଇଁ ସତର୍କ ଘଣ୍ଟି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

‘ଅପପୁଷ୍ଟି ଓ ଶିକ୍ଷାର ମାନ ହ୍ରାସ ପାଇବା ରାଜ୍ୟ ପାଇଁ ସତର୍କ ଘଣ୍ଟି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ସାମାଜିକ ଅସମାନତା, ଅପପୁଷ୍ଟି ଓ ଶିକ୍ଷାଦାନ ବ୍ୟବସ୍ଥାରେ ଗୁଣାମିକ ମାନ ହ୍ରାସ ବିକାଶ ମାର୍ଗର ମୁଖ୍ୟ ପ୍ରତିବନ୍ଧକ। ପ୍ରାକୃତିକ ସମ୍ୱଳରେ ଭରପୁର ତଥା ସଂସ୍କୃତି ଓ ପରମ୍ପରା ସମୃଦ୍ଧ ଓଡିଶା ଆଜି ବି ପଛୁଆ ରାଜ୍ୟ ଭାବେ ପରିଗଣିତ। ରାଜ୍ୟରେ ପ୍ରତି ଦଶ ଜଣ ଶିଶୁରେ ଚାରିଜଣ ଅପପୁଷ୍ଟି ତଥା ବୟସାନୁପାତିକ ମାନସିକ ଅନଗ୍ରସରର ଶିକାର ହୋଇଛନ୍ତି। ଏହା ନିଶ୍ଚିତ ଭାବେ ଏକ ସତର୍କ ଘଣ୍ଟି।”

ଏପରି ମନ୍ତବ୍ୟ ଦେଇଛନ୍ତି ଭାରତ ସରକାରଙ୍କ ‘ନିତି ଆୟୋଗ’ ଉପାଧ୍ୟକ୍ଷ ଡଃ ରାଜୀବ କୁମାର।

‘ଓଡିଶା ବିକାଶ ସମାବେଶ-୨୦୧୮’ ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ସେ କହିଥିଲେ- “ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ମୌଳିକ ଶିକ୍ଷାରେ ପ୍ରଦର୍ଶନ ଭିତ୍ତିକ ଉତ୍ତରଦାୟିତ୍ୱ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଆବଶ୍ୟକ।”

ତିନିଦିନ ଧରି ଚାଲିବାକୁ ଥିବା ଏହି ସମାବେଶରେ ୧୯ଟି ସମସ୍ୟା ଭିତ୍ତିକ ସମାନ୍ତରାଳ ଆଲୋଚନା ଚକ୍ରରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ପ୍ରତିନିଧି ଭାଗ ନେଇଛନ୍ତି। ଏହି ଆଲୋଚନା ମାଧ୍ୟମରେ ସରକାରଙ୍କୁ ତୃଣମୂଳ ସ୍ତରୀୟ ବିକାଶ ସମସ୍ୟା, ପ୍ରତିବନ୍ଧକ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ୱନ୍ଧରେ ସୁଚିନ୍ତିତ ମତାମତ ମିଳି ପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ଅନ୍ୟତମ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ-“ସାମାଜିକ ଅନୁଷ୍ଠାନ, ନୀତି ନିର୍ଦ୍ଧାରକ, ସରକାରୀ ଅଧିକାରୀ, ଗୋଷ୍ଠୀ ସଙ୍ଗଠନ, ବିଶ୍ୱବିଦ୍ୟାଳୟ ଆଦି ସମାଜର ପ୍ରତ୍ୟେକ ବର୍ଗର ପ୍ରତିନିଧିମାନଙ୍କ ପାଇଁ ଓଡ଼ିଶା ବିକାଶ ସମାବେଶ ଏକ ସ୍ୱତନ୍ତ୍ର ସୁଯୋଗ ସୃଷ୍ଟି କରିଛି। ଆଲୋଚନା, ସମାଲୋଚନା ଓ ସ୍ଥିତିର ତର୍ଜମା ମାଧ୍ୟମରେ ହିଁ ପ୍ରକୃତ ବିକାଶର ବାଟ ବାହାରି ପାରିବ।”

ୟୁନେସ୍କୋର ଗୋଷ୍ଠୀସ୍ତରୀୟ ଗବେଷଣା ଏବଂ ସାମାଜିକ ଦାୟିତ୍ୱ ସହ-ଅଧ୍ୟକ୍ଷ ଡ. ରାଜେଶ‍‌ ଟଣ୍ଡନ୍‌ ଅତିଥି ଭାବେ ଏଥିରେ ଯୋଗ ଦେଇଥିଲେ। ସେ କହିଥିଲେ- “ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ସରକାରଙ୍କ ସହ ସାମାଜିକ ଅନୁଷ୍ଠାନ ଏବଂ ଗୋଷ୍ଠୀ ସ୍ତରର ସଂଗଠନମାନେ ମିଳିତ ଭାବେ ପ୍ରୟାସ କରିବା ଜରୁରୀ। ଓଡ଼ିଶା ବିକାଶ ସମାବେଶ ପ୍ରୟାସ ଜାରି ରଖିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ବର୍ଗର ପ୍ରତିନିଧିମାନେ ସାମିଲ ହୋଇ ଏହା ପ୍ରମାଣିତ କରିଦେଇଛନ୍ତି ଯେ ନିରନ୍ତର ବିକାଶ ଦିଗରେ ମିଳିତ ଉଦ୍ୟମ ନିହାତି ଅପରିହାର୍ଯ୍ୟ।”

ରାଜ୍ୟର ଅପହଞ୍ଚ ତଥା ଆଦିବାସୀ ବହୁଳ ଜିଲ୍ଲାଗୁଡିକ ଏବେ ବି ବିକାଶର ବହୁ ଦୂରରେ। ଏହି ଅଞ୍ଚଳର ବିକାଶ କେବଳ ଲୋକଙ୍କୁ ସଶକ୍ତିକରଣ, ସଚେତନ ଓ ସେମାନଙ୍କର ସହଭାଗିତାରେ ସମ୍ଭବ ହୋଇପାରିବ ବୋଲି ପଦ୍ମଶ୍ରୀ ତଥା ସମାଜ ସଂସ୍କାରକ ତୁଳସୀ ମୁଣ୍ଡା ଅତିଥି ଭାବେ ଯୋଗ ଦେଇ କହିଥିଲେ।



from Odisha Reporter https://ift.tt/2BJ8tDJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages