
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ ଗୌରବର କଥା। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ହେଲେ ବିସିସିଆଇ ଜୁନିୟର ଚୟନ କମିଟି ସଦସ୍ୟ। ଭେଙ୍କଟେଶ ପ୍ରସାଦଙ୍କ କାର୍ଯ୍ୟ ଅବଧି ସରିବା ପରେ ଦେବାଶିଷଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କରାଯାଇଛି।
ଦେବାଶିଷ ଏବେ ଓଡ଼ିଶା କ୍ରିକେଟ ଦଳର କୋଚ୍ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଲୋଧା କମିଟିର ସୁପାରିଶ ଆଧାରରେ ପ୍ରତି ଚୟନ କମିଟି ସଦସ୍ୟ ସଂଖ୍ୟା ୫ରୁ ୩କୁ ହ୍ରାସ କରାଯାଇଥିଲା। ତେବେ ଅଗଷ୍ଟ୯ ତାରିଖରେ ଚୟନ କମିଟି ସଦସ୍ୟ ସଂଖ୍ୟା ୫କୁ ସୁପ୍ରିମକୋର୍ଟ ପୁଣିଥରେ ବଢାଇବାକୁ ନିର୍ଦ୍ଦେଶ ଦେବା ପରେ ଦେବାଶିଷଙ୍କୁ ଏହି ସୁଯୋଗ ମିଳିଛି।
from Odisha Reporter https://ift.tt/2woLfx1
No comments:
Post a Comment