ଭାରତ ପାଇଁ ଦ୍ୱାଦଶ ସ୍ୱର୍ଣ୍ଣ ଜିତିଲେ ଆଥ୍‌ଲେଟ୍‌ ଜନସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଭାରତ ପାଇଁ ଦ୍ୱାଦଶ ସ୍ୱର୍ଣ୍ଣ ଜିତିଲେ ଆଥ୍‌ଲେଟ୍‌ ଜନସନ୍‌

ଜାକର୍ତ୍ତା: ଏସିଆନ୍‌ ଗେମ୍ସର ଦ୍ୱାଦଶ ଦିନରେ  ଭାରତକୁ ପାଇଁ ଦ୍ୱାଦଶ ସ୍ୱର୍ଣ୍ଣ ଆଥଲେଟିକ୍ସରୁ ଆସିଛି। ପୁରୁଷ ୧୫ଶହ ମିଟର ଟ୍ରାକ୍‌ ଇଭେଣ୍ଟ୍‌ରେ ଭାରତୀୟ ଷ୍ଟାର ଆଥ୍‌ଲେଟ୍‌ ଜିନସନ୍‌ ଜନ୍‌ସନ୍‌ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୧୫ ଶହ ମିଟର୍‌ର ଦୂରତାକୁ ମାତ୍ର ୩ ମିନିଟ୍‌ ୪୪ .୭୨ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ହାସଲ କରିଛନ୍ତି। ଜନ୍‌ସନ୍‌ ଏହା ପୂର୍ବରୁ ପୁରୁଷ ୮ଶହ ମିଟର୍‌ ଟ୍ରାକ୍‌ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିଲେ।

ଅନ୍ୟପକ୍ଷରେ ମହିଳା ୧୫ ଶହ ମିଟର୍‌ ଟ୍ରାକ୍‌ ଇଭେଣ୍ଟ୍‌ ଓ ଡିସ୍‌କସ୍‌ରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ୧୫ ଶହ ମିଟର୍‌ ଦୌଡ଼୍‌ରେ ଭାରତର ପିୟୁ ଚିତ୍ରା ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ୧୫ଶହ ମିଟର୍‌ର ଦୂରତାକୁ ୪ ମିନିଟ୍‌ ୧୨.୫୬ ସେକେଣ୍ଡ୍‌ରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି।

ସେହିପରି ଅନ୍ୟତମ ଭାରତୀୟ ତାରକା ସୀମା ପୁନିଆ ଡିସ୍‌କସ୍‌ ଇଭେଣ୍ଟ୍‌ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ତୃତୀୟ ସୁଯୋଗରେ ସର୍ବାଧିକ ୬୨.୨୬ ଦୂରତାକୁ ଡିସ୍‌କସ୍‌ ଫୋପାଡ଼ି ଏହି ସଫଳତା ପାଇଛନ୍ତି।

ଏବେ ଭାରତର ପଦକ ସଂଖ୍ୟା ୫୭ରେ ପହଞ୍ଚିଛି। ଏଥିରେ ୧୨ ସ୍ୱର୍ଣ୍ଣ, ୨୦ ରୌପ୍ୟ ଓ ୨୫ଟି ବ୍ରୋଞ୍ଜ୍‌ ପଦକ ରହିଛି।

 

 



from Odisha Reporter https://ift.tt/2NvZjfm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages