ଏଣିକି ତତ୍କାଳ ଟିକେଟ୍ ରଦ୍ଦ ହେଲେ ଫେରିପାଇବେ ପୂରା ଟଙ୍କା, ହେଲେ ଏହି ୫ଟି ସର୍ତ୍ତରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଏଣିକି ତତ୍କାଳ ଟିକେଟ୍ ରଦ୍ଦ ହେଲେ ଫେରିପାଇବେ ପୂରା ଟଙ୍କା, ହେଲେ ଏହି ୫ଟି ସର୍ତ୍ତରେ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଏଣିକି ଟ୍ରେନ୍ ଯାତ୍ରା ପାଇଁ ଆପଣ କରିଥିବା ତତ୍କାଳ ଟିକେଟ୍ ରଦ୍ଦ କରିବାକୁ ଚାହିଁଲେ, ଆପଣ ପୂରା ଟଙ୍କା ଫେରି ପାଇପାରିବେ। ହେଲେ ଏନେଇ ଆଇଆର୍‌ସିଟିସି (IRCTC) ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ ନିୟମ ଲାଗୁ କରାଯାଇଛି।

ଏଥିପାଇଁ ୫ଟି ନିୟମାବଳୀ ଧାର୍ଯ୍ୟ କରାଯାଇଛି। ମୁଖ୍ୟତଃ ଆଇଆର୍‌ସିଟିସି ପକ୍ଷରୁ ଯାତ୍ରୀମାନଙ୍କୁ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ତତ୍କାଳ ଟିକେଟ ଉପଲବ୍ଧ ହୋଇଥାଏ। ଏହା IRCTC ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ରେ ଉପଲବ୍ଧ ହୋଇଥାଏ। ପ୍ରଥମ ଶ୍ରେଣୀ ଏସି ଓ ଏକ୍‌ଜ୍ୟୁକ୍ୟୁଟିଭ୍‌ କ୍ଲାସ୍‌କୁ ଛାଡ଼ିଦେଲେ, ଅନ୍ୟ ଶ୍ରେଣୀଗୁଡ଼ିକ ପାଇଁ ତତ୍କାଳ ଟିକେଟ୍ ବୁକିଂ କରାଯାଇଥାଏ।

ତତ୍କାଳ(ଏସି) ଟିକେଟ ପାଇଁ ସକାଳ ୧୦ଟାରୁ  ପୂର୍ବାହ୍ନ ୧୧ଟା ଏବଂ ନନ୍‌-ଏସି ପାଇଁ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ବୁକିଂ ସୁବିଧା ଉପଲବ୍ଧ ହୋଇଥାଏ। ପୂର୍ବରୁ କନ୍‌ଫର୍ମେଶନ ହୋଇଥିବା ତତ୍କାଳ ଟିକେଟ୍ କ୍ୟାନ୍‌ସଲ କଲେ କୌଣସି ଅର୍ଥ ଫେରସ୍ତ ମିଳୁ ନଥିଲା।

ତେବେ ଏହି ନିୟମରେ ଏବେ ପରିବର୍ତ୍ତନ କରାଯାଇଛି। ଏଣିକି କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଟିକେଟ୍ ରଦ୍ଦ ନେଇ ଯାତ୍ରୀମାନେ ଏ ବାବଦରେ ସମ୍ପୂର୍ଣ୍ଣ ଅର୍ଥ ଦାବି କରିପାରିବେ। ତେବେ ଆପଣ ଏହି ସୁବିଧା କେତେବେଳେ ଓ କେମିତି ପାଇବେ ଆସନ୍ତୁ ଜାଣିବା।

  • ଯଦି ଟ୍ରେନ୍‌ ୩ ଘଣ୍ଟାରୁ ଅଧିକ ବିଳମ୍ବ ହୁଏ ତେବେ ଆପଣ ଟିକେଟ ରଦ୍ଦ କରି ଏ ବାବଦରେ ପୂରା ଅର୍ଥ ଦାବି କରିପାରିବେ।
  • ଯଦି ଟ୍ରେନ୍‌ଟି ତା’ର ସୂଚୀ ଅନୁଯାୟୀ ରୁଟ୍‌ରେ ନଯାଇ ଦିଗ ପରିବର୍ତ୍ତନ କରୁଥିବ ଏବଂ ସେ ରୁଟ୍‌ରେ ଯିବାକୁ ଆପଣଙ୍କର ଇଚ୍ଛା ନାହିଁ, ତେବେ ସେ କ୍ଷେତ୍ରରେ ଟିକେଟ ରଦ୍ଦ କରି ଆପଣ ଏହାର ମୂଲ୍ୟ ଫେରସ୍ତ ପାଇଁ ଦାବି କରାଯାଇପାରିବ।
  • ଯଦି ଟ୍ରେନ୍‌ଟି ଦିଗ ପରିବର୍ତ୍ତନ କରି ଯାତ୍ରା କରୁଥାଏ ଏବଂ ଆପଣଙ୍କ ଗନ୍ତବ୍ୟସ୍ଥଳ କିମ୍ବା ବୋର୍ଡିଂ ଷ୍ଟେଶନ ସେହି ରୁଟ୍‌ରେ ଆସୁ ନଥିବ, ତେବେ ଏ କ୍ଷେତ୍ରରେ ମଧ୍ୟ ଉପରୋକ୍ତ ସୁବିଧା ଦାବି କରାଯାଇ ପାରିବ।
  • ବେଳେବେଳେ ନନ୍‌ଆଟାଚ୍‌ମେଣ୍ଟ କୋଚ୍‌ରେ ନିୟମ ଅନୁଯାୟୀ ତତ୍କାଳ ସୁବିଧା ମିଳି ନଥାଏ। ଏଣିକି ସେ କ୍ଷେତ୍ରରେ ମଧ୍ୟ ଯାତ୍ରୀମାନେ ପୂର୍ଣ୍ଣ ଅର୍ଥ ଦାବି କରିପାରିବେ।
  • ଯଦି ଜଣେ ଯାତ୍ରୀଙ୍କୁ ଲୋୟର କ୍ଲାସ୍ ଉପଲବ୍ଧ ହୋଇଛି ଏବଂ ସେଥିରେ ସମ୍ପୃକ୍ତ ଯାତ୍ରୀ ଯାତ୍ରା କରିବାକୁ ଅନିଚ୍ଛୁକ ଅଛନ୍ତି, ତେବେ ସେ କ୍ଷେତ୍ରରେ ତତ୍କାଳ ଅର୍ଥ ଫେରସ୍ତ ମିଳିପାରିବ।


from Odisha Reporter https://ift.tt/2N4pcpM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages