
ନୂଆଦିଲ୍ଲୀ: ଜଣେ ଭାରତୀୟ ରାଜନେତା ତଥା ଦିଲ୍ଲୀ ଗୁରୁଦ୍ୱାରା ପରିଚାଳନା କମିଟି ସଦସ୍ୟ ମନ୍ଜୀତ୍ ସିଂହ ଜିକେଙ୍କୁ ଆମେରିକାରେ ଆକ୍ରମଣ କରାଯାଇଛି। ଏପରିକି କିଛି ଦୁର୍ବୃତ୍ତ କାଲିଫର୍ଣ୍ଣିଆର ଏକ ଗୁରୁଦ୍ୱାରା ସମ୍ମୁଖରେ ତାଙ୍କୁ ଆକ୍ରମଣ କରି ମୁହଁରେ କଳା ବୋଳି ଦେଇଥିଲେ।
ମନ୍ଜୀତ ହେଉଛନ୍ତି ଅକାଳୀ ଦଳ ନେତା। ଗୁରୁନାନକଙ୍କ ୫୫୦ତମ ଜୟନ୍ତୀ ଉତ୍ସବ ପାଳନ ପାଇଁ ଆମେରିକାରେ ନିଜ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା ନିମନ୍ତେ ଯାଇଥିବା ଅବସରରେ ତାଙ୍କୁ ଏଭଳି ଆକ୍ରମଣର ଶିକାର ହେବାକୁ ପଡିଛି।
ପ୍ରତିକ୍ରିୟା ପ୍ରକାଶ କରି ସିଂହ କହିଛନ୍ତି ଯେ, “୨୦ରୁ ଊର୍ଦ୍ଧ୍ୱ ଲୋକ ମୋତେ ଆକ୍ରମଣ କରିଥିଲେ। ସେମାନେ ଗୁରୁଦ୍ୱାରାର ମର୍ଯ୍ୟାଦା ହାନି କରିବାକୁ ଚେଷ୍ଟା କରିଥିଲେ। ଆମେ କିନ୍ତୁ ନିରବତା ଅବଲମ୍ବନ କରି ଶାନ୍ତି ବଜାୟ ରଖିଥିଲୁ। ଏହି ଘଟଣାରେ ଆମେ ଦବିଯିବୁ ନାହିଁ।”
ଗୋଟିଏ ସପ୍ତାହ ମଧ୍ୟରେ ଆମେରିକାରେ ଏହା ହେଉଛି ଅକାଳୀ ଦଳ ନେତାଙ୍କ ଉପରେ ଦ୍ୱିତୀୟ ଆକ୍ରମଣ। ନ୍ୟୁୟର୍କଠାରେ ଅଗଷ୍ଟ ୨୧ ତାରିଖରେ କେତେକ ଖଲିସ୍ତାନ ସମର୍ଥକ ମଧ୍ୟ ସିଂହଙ୍କୁ ଆକ୍ରମଣ କରିଥିଲେ।
from Odisha Reporter https://ift.tt/2BV2awW
No comments:
Post a Comment