ପୁଣେ: ସନ୍ଦିଗ୍ଧ ହ୍ୟାକ୍ରମାନେ ୧୯୦୬ରେ ପୁଣେଠାରେ ପ୍ରତିଷ୍ଠା ହୋଇଥିବା କସମସ ସମବାୟ ବ୍ୟାଙ୍କରୁ ୯୨.୪୪ କୋଟି ଟଙ୍କା ଲୁଟି ନେବାରେ ସକ୍ଷମ ହୋଇଛନ୍ତି। ଏହି ବ୍ୟାଙ୍କରେ ଉଭୟ ଦେଶ ଓ ବିଦେଶରେ ରହୁଥିବା ବ୍ୟକ୍ତିବିଶେଷଙ୍କର ଆକାଉଣ୍ଟ ରହିଛି।
ରିପୋର୍ଟ ଅନୁଯାୟୀ, ଗଣେଶଖଣ୍ଡି ରୋଡ୍ଠାରେ ଥିବା ବ୍ୟାଙ୍କ ମୁଖ୍ୟାଳୟର ସିଷ୍ଟମ୍କୁ ଶନିବାର ଓ ସୋମବାର, ଦୁଇଟି ପର୍ଯ୍ୟାୟରେ ହ୍ୟାକ୍ କରାଯାଇଥିଲା। ପ୍ରଥମ ଥର ୧୧ ତାରିଖ ଅପରାହ୍ଣ ୩ଟାରୁ ରାତି ୧୦ ଟା ମଧ୍ୟରେ ଏହି ହ୍ୟାକ୍ କରାଯାଇଥିଲା। ସେହିପରି ୧୩ ତାରିଖ ଦିନ ୧୧.୩୦ରେ ପୁଣିଥରେ ବ୍ୟାଙ୍କ ସିଷ୍ଟମ୍କୁ ହ୍ୟାକ୍ କରାଯାଇଥିଲା। ହ୍ୟାକ୍ କରି ଦୁର୍ବୃତ୍ତମାନେ ଗ୍ରାହକମାନଙ୍କ ଭିସା ଓ ରୁପେ କାର୍ଡର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେଇଯାଇଥିଲେ। ହ୍ୟାକ୍ରମାନେ ୧୨ହଜାର ଭିସା କାର୍ଡରୁ ୭୨ କୋଟି ଟଙ୍କାକୁ ହଂକଂରେ ଥିବା ଆକାଉଣ୍ଟ ଏବଂ ବିଦେଶର ଆଉ କିଛି ସ୍ଥାନକୁ ପଠାଇଛନ୍ତି।
ସେହିପରି ଦେଶ ମଧ୍ୟରେ ୨.୫୦ କୋଟି ଟଙ୍କା ବିଭିନ୍ନ ଆକାଉଣ୍ଟକୁ ପଠାଯାଇଛି।
ବ୍ୟାଙ୍କ ହ୍ୟାକ୍ ସମ୍ପର୍କରେ ଜାଣି କିଛି ପଦକ୍ଷେପ ନେବା ପୂର୍ବରୁ ସୋମବାର ଦିନ ପୁଣିଥରେ ହ୍ୟାକ୍ରମାନେ ମାତିଥିଲେ। ଏହି ସମୟରେ ସେମାନେ ପାଖାପାଖି ୧୩.୯୨ କୋଟି ଟଙ୍କା ହଂକଂସ୍ଥିତ ଏକ ଆକାଉଣ୍ଟକୁ ପଠାଇଥିଲେ। ତୁରନ୍ତ ସେଠାରୁ ଏହି ଟଙ୍କା ଉଠାଣ କରାଯାଇଥିବା ଜଣାପଡ଼ିଛି। ପୁଲିସ୍ ଏବେ ସାଇଣ୍ଟିଫିକ୍ ଟିମ୍ ଜରିଆରେ ଘଟଣାର ତଦନ୍ତ ଆରମ୍ଭ କରିଛି।
from OdishaReporter https://ift.tt/2nBdGnl
No comments:
Post a Comment