
ବେଙ୍ଗାଲୁରୁ: ଦିନେ ସେ ଧର୍ମ ଓ ମନ୍ଦିର ଦର୍ଶନରେ ବିଶ୍ୱାସ କରୁ ନଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ହେବା ପରେ ହଠାତ୍ ଈଶ୍ୱରଙ୍କ ପ୍ରେମରେ ପଡ଼ିଛନ୍ତି। ଆମେ ଏଠି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ବିଷୟରେ କହୁଛୁ। କଂଗ୍ରେସ ସମର୍ଥନ ପାଇ ମୁଖ୍ୟମନ୍ତ୍ରୀ ହୋଇଥିବା କୁମାରସ୍ୱାମୀ ୮୨ ଦିନ ମଧ୍ୟରେ ୪୦ଟି ଭିନ୍ନ ଭିନ୍ନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ଗୋଟିଏ ଦିନ ଛାଡ଼ି ଗୋଟିଏ ଦିନରେ ସେ ପୂରା ପରିବାର ସହ ମନ୍ଦିର ଯାଇ ପୂଜାପାଠ କରୁଛନ୍ତି।
ତେବେ କୁମାରସ୍ୱାମୀ ହଠାତ୍ କାହିଁକି ଏତେ ମନ୍ଦିର ବୁଲୁଛନ୍ତି, ତାକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।
ସୂଚନା ଅନୁସାରେ, ମେ ୨୩ରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ କୁମାରସ୍ୱାମୀ। ଏହାପରଠାରୁ ସେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମନ୍ଦିର ଦର୍ଶନ କରିଛନ୍ତି।
ଗତ ରବିବାର ସୁଦ୍ଧା କୁମାରସ୍ୱାମୀଙ୍କ ମନ୍ଦିର ଦର୍ଶନ ସଂଖ୍ୟା ୩୪ ଥିଲା। ସୋମବାର ଦିନ ସେ ୫ଟି ମନ୍ଦିର ଦର୍ଶନ କରିଛନ୍ତି।
କୁମାରସ୍ୱାମୀଙ୍କ ପରିବାରର ଜଣେ ବନ୍ଧୁ କହିଛନ୍ତି, ରାଜନୀତିକୁ ଆସିବା ଦିନଠାରୁ ଏଚ୍ଡି ଦେବଗୌଡ଼ା ଓ ତାଙ୍କ ପରିବାର ବାସ୍ତୁଶାସ୍ତ୍ର ଓ ପୂଜା ପଦ୍ଧତିରେ ଅଧିକ ବିଶ୍ୱାସ କରି ଆସିଛନ୍ତି। କିନ୍ତୁ କୁମାରସ୍ୱାମୀ ଏସବୁରେ ବିଶ୍ୱାସ କରୁ ନଥିଲେ। ହେଲେ ମୁଖ୍ୟମନ୍ତ୍ରୀ ହେବା ପରେ ହଠାତ୍ ତାଙ୍କ ଚାଲିଚଳଣରେ ପରିବର୍ତ୍ତନ ଘଟିଛି। ସେ ଏବେ ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ମନ ବଳାଇଛନ୍ତି ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।
from OdishaReporter https://ift.tt/2MKCqEB
No comments:
Post a Comment