
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାତିରେ ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ଘଡ଼ଘଡ଼ି ମଧ୍ୟ ମାରିବ। ଏଥିପାଇଁ ୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।
ଆଜି ରାତି ସାଢ଼େ ୧୨ ଯାଏଁ ମୟୂରଭଂଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ଘଡ଼ଘଡ଼ି ମାରିବ। ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବ। ଏଥିପାଇଁ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ସମୟ ଭିତରେ କୌଣସି ବ୍ୟକ୍ତି ଘରଠାରୁ ଦୂରରେ ଥିଲେ ଶୀଘ୍ର ଫେରି ଆସିବାକୁ ପରାମର୍ଶ ଦେଇଛି।
from Odisha Reporter https://ift.tt/2PQ3LqU
No comments:
Post a Comment