
ଚେନ୍ନାଇ: ଡିଏମ୍କେ ମୁଖ୍ୟ ଷ୍ଟାଲିନଙ୍କ ନେତୃତ୍ୱରେ ବଡଭାଇ ଆଲାଗିରି ସଦସ୍ୟ ଭାବେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଦଳରୁ ନିଷ୍କାସିତ ନେତା ଆଲାଗିରି ପୁଣିଥରେ ଦଳରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଦଳକୁ ପୁଣିଥରେ ଫେରିବାକୁ ଆଲାଗିରି କହୁଥିବାବେଳେ ଷ୍ଟାଲିନ ତାଙ୍କୁ ଦଳରେ ଗ୍ରହଣ କରିବାକୁ ରାଜି ନଥିବା ସେ କହିଛନ୍ତି।
ଆଲାଗିରିଙ୍କୁ ୨୦୧୪ରେ କରୁଣାନିଧି ଦଳରୁ ନିଳମ୍ବିତ କରିଥିଲେ । ଏହାପରଠାରୁ ଷ୍ଟାଲିନଙ୍କ ନେତୃତ୍ୱ ନେଇ ସବୁବେଳେ ପ୍ରଶ୍ନ କରି ଆସିଛନ୍ତି ଆଲାଗିରି । ଆସନ୍ତା ୫ ତାରିଖରେ ଶକ୍ତିପ୍ରଦର୍ଶନ ନେଇ ଏକ ରାଲିର ଆୟୋଜନ ନେଇ ମଧ୍ୟ ଘୋଷଣା କରିଛନ୍ତି ଆଲାଗିରି। କରୁଣାନିଧିଙ୍କ ମୃତ୍ୟୁ ପରେ ଡିଏମ୍କେ ସମର୍ଥନ ଆଲାଗିରିଙ୍କ ସହ ରହିଥିବା ଦୃଢତାର ସହ ସେ କହିଛନ୍ତି।
ଅନ୍ୟପଟେ ଡିଏମ୍କେ ପ୍ରତିଷ୍ଠାତା ତଥା ମୁଖ୍ୟ କରୁଣାନିଧିଙ୍କ ଦେହାନ୍ତ ପରେ ଷ୍ଟାଲିନ ଡିଏମ୍କେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ମଙ୍ଗଳବାର ଡିଏମ୍କେର ମହାପରିଷଦ ବୈଠକର ଦଳ ସଭାପତି ଭାବେ ତାଙ୍କୁ ମନୋନୀତ କରାଯାଇଥିଲା। ଡିଏମ୍କେର ଦ୍ୱିତୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ଷ୍ଟାଲିନ୍ । ଦୀର୍ଘ ୪୯ ବର୍ଷ ଧରି କରୁଣାନିଧି ଡିଏମ୍କେ ଅଧ୍ୟକ୍ଷ ପଦରେ ରହିଥିଲେ। ନିକଟରେ ତାଙ୍କ ମୃତ୍ୟୁ ପରେ ଏହି ପଦ ସମ୍ଭାଳିଛନ୍ତି ଷ୍ଟାଲିନ୍।
from Odisha Reporter https://ift.tt/2LL4E0U
No comments:
Post a Comment