ସାର୍‌ଙ୍କ ପାଖରେ ଦି ଦିଇଟା ଦୁହାଁଳିଆ ବିଭାଗ, ତୋଷାମଦକାରୀଙ୍କ ତେଲମରା କଥାରେ ଗଦ୍‌ଗଦ୍‌ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ସାର୍‌ଙ୍କ ପାଖରେ ଦି ଦିଇଟା ଦୁହାଁଳିଆ ବିଭାଗ, ତୋଷାମଦକାରୀଙ୍କ ତେଲମରା କଥାରେ ଗଦ୍‌ଗଦ୍‌ ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀ ଏବେ  ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ନିଜସ୍ୱ ପ୍ରଚାର ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଗତ ବର୍ଷକ ତଳେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ତାଙ୍କୁ ଅବ୍ୟାହତି ଦିଆଯାଇ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଅବସ୍ଥାପିତ କରାଯାଇଥିଲା। ଏହି ନେତାଙ୍କୁ ଆରମ୍ଭରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଥିଲା। ଗତ କିଛିମାସ ପୂର୍ବରୁ ତାଙ୍କୁ ଆଉ ଏକ ଦୁହାଁଳିଆ ବିଭାଗ ମିଳିଛି।

ମନ୍ତ୍ରୀଙ୍କ ଅଧୀନରେ ଦୁଇଟି ଦୁହାଁଳିଆ ବିଭାଗ ଥିବାରୁ ତାଙ୍କ ପାଖରେ ତୋଷାମଦକାରୀଙ୍କ ଭିଡ଼ ଲାଗି ରହୁଛି। ଚର୍ଚ୍ଚା ହେଉଛି, ମନ୍ତ୍ରୀ କୁଆଡ଼େ ବିଭାଗୀୟ କାର୍ଯ୍ୟ କମ୍ କରୁଥିବା ବେଳେ ନିଜର ଲାଇଫ୍‌ ଷ୍ଟାଇଲ୍ ଏବଂ ଓକିଲାତି ଜୀବନର ପ୍ରଶସ୍ତି ସ୍ଵ-ମୁଖରେ ନିଜ ଅଧସ୍ତନ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବଖାଣୁଛନ୍ତି।

ଏହି ମନ୍ତ୍ରୀ ଦୁଇଟି ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ମଧ୍ୟ ଅଛନ୍ତି। ପଞ୍ଚାୟତ ନିର୍ବାଚନରେ ମନ୍ତ୍ରୀଙ୍କୁ ନିଜ ଜିଲ୍ଲାରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହେବାକୁ ପଡ଼ିଥିଲା। ବିଜେପି କୁଆଡ଼େ ମନ୍ତ୍ରୀଙ୍କ ଜିଲ୍ଲାରେ ୮୦ ପ୍ରତିଶତ ସିଟ୍ ହାତେଇ ନେଇଥିଲା। ଆଉ ଏହି ମନ୍ତ୍ରୀଙ୍କୁୁ ଏବେ ଯେଉଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି ସେଠାରେ ବିଜେଡି ମାତ୍ର ଗୋଟିଏ ସିଟ୍ ଜିଣି ପାରିଥିଲା।

ମନ୍ତ୍ରୀ ନିଜ ଜିଲ୍ଲା ଓ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଜିଲ୍ଲାରେ ସାଂଗଠନିକ କାର୍ଯ୍ୟକୁ କୁଆଡ଼େ ତ୍ୱରାନ୍ୱିତ କରିବା ପାଇଁ ବିଶେଷ ଆଗ୍ରହ ଦେଖାଉନାହାନ୍ତି। ନିଜ ଜିଲ୍ଲାରେ ସେ କୁଆଡ଼େ ଦଳର ସାଂଗଠନିକ ସ୍ଥିତି ସୁଧାରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ଦଳୀୟ ପଦାଧିକାରୀଙ୍କୁ ଅନୁମତି ଦେଉନାହାନ୍ତି।

ଏପରିକି ନବୀନ ପଟ୍ଟନାୟକ ଓ ବିଜେଡି ପରିବର୍ତ୍ତେ ସେ କୁଆଡ଼େ ତାଙ୍କ ନିଜସ୍ୱ ପ୍ରଚାରରେ ମାତିଛନ୍ତି। ଯଦି  ତାଙ୍କ ଆତ୍ମପ୍ରଚାର ଶୁଣିବାକୁ କେହି ନେତା ଅନାଗ୍ରହୀ ହେଉଛନ୍ତି, ତାଙ୍କୁ କୁଆଡ଼େ ସେହି ସ୍ଥାନ ଛାଡ଼ି ଚାଲି ଯିବାକୁ ତାଗିଦ୍ କରାଯାଉଛି।

ଚର୍ଚ୍ଚା ହେଉଛି, ଏହି ମନ୍ତ୍ରୀ ମହାଶୟ ନିକଟରେ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଜିଲ୍ଲାକୁ ଗସ୍ତରେ ଯାଇ ସାଂଗଠନିକ କାର୍ଯ୍ୟ ଦେଖିବା ପରିବର୍ତ୍ତେ ନିଜସ୍ୱ ବଡ଼ିମା ଦେଖାଇବାରୁ ତାଙ୍କୁ କୁଆଡ଼େ ସେଠାରେ ବେଶ୍ ହଟହଟା ହେବାକୁ ପଡ଼ିଥିଲା। ଦଳର କର୍ମୀ ଓ ନେତାମାନେ ତାଙ୍କୁ ଭାଷା-ଅଭାଷାରେ ଗାଳିଗୁଲଜ କରିବାକୁ ପଛାଇ ନଥିଲେ।

ସେହି ଜିଲ୍ଲାରେ ସଂଗଠନ ତଳକୁ ତଳ ଯାଉଥିବାବେଳେ ପର୍ଯ୍ୟବେକ୍ଷକ ଭାବେ ତାଙ୍କର ଏଭଳି ଆଚରଣକୁ ନେଇ ଜିଲ୍ଲାର ନେତା ଓ କର୍ମୀମାନେ ବେଶ୍ କ୍ଷୁବ୍ଧ ହୋଇପଡ଼ିଛନ୍ତି। ସେମାନେ ଏସବୁ ତୃତୀୟ ମହଲାକୁ ଜଣାଇବେ ବୋଲି କହିବା ପରେ କୁଆଡ଼େ ଏହି ମନ୍ତ୍ରୀଙ୍କ ଚୈତନ୍ୟ ଉଦୟ ହୋଇଥିଲା ଓ ସେଠାରେ କର୍ମୀମାନଙ୍କ ସହ ବସି ଘଟଣାକୁ ରଫାଦଫା କରି ଫେରିଥିବା ଚର୍ଚ୍ଚା।



from OdishaReporter https://ift.tt/2KkEAcb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages