ପିଲାକୁ ସର୍ବସମ୍ମୁଖରେ କ୍ଷୀର ଦେଇ ବିବାଦରେ ଏହି ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ପିଲାକୁ ସର୍ବସମ୍ମୁଖରେ କ୍ଷୀର ଦେଇ ବିବାଦରେ ଏହି ମା’

ନୂଆଦିଲ୍ଲୀ: ବୁଧବାରଠାରୁ ଆରମ୍ଭ ହୋଇଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ। ପ୍ରତିବର୍ଷ ଅଗଷ୍ଟ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥାଏ।  କୁପୋଷଣ ଦୂର କରିବା ଓ ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ଶିଶୁକୁ ସ୍ତନ୍ୟପାନ କରାଇବାକୁ ପ୍ରୋତ୍ସାହିତ କରିବା ଏହି ସପ୍ତାହ ପାଳନର ମୂଳ ଲକ୍ଷ୍ୟ। ନିକଟରେ ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଜନ୍ମ ହେବାର ଏକ ଘଣ୍ଟା ମଧ୍ୟରେ ଶିଶୁ ମା’ କ୍ଷୀର ନ ପିଇଲେ ତା’ର ମୃତ୍ୟୁ ଆଶଙ୍କା ୩୩ ପ୍ରତିଶତ ବଢ଼ିଯାଏ।

ଆମେ ସମସ୍ତେ ମା’ ଛାତିରୁ ଅମୃତ ପିଇ ବଡ଼ ହୋଇଛନ୍ତି। ନବଜାତଙ୍କ ପାଇଁ ମା’ କ୍ଷୀର ବରଦାନ ସଦୃଶ। କିନ୍ତୁ ସେହି ମା’ ତା’ପିଲାକୁ ସର୍ବସାଧାରଣ ସ୍ଥାନରେ କ୍ଷୀର ପିଆଏ, ତାକୁ ଲୋକେ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ତେଣୁ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ସେ ତା’ ପିଲାକୁ କ୍ଷୀର ପିଆଇବାକୁ ବାଧ୍ୟ ହୁଏ। ମା’ଖୋଲାରେ ତା’ ପିଲାକୁ କ୍ଷୀର ପିଆଇଲେ ଏହା ଖବର ପାଲଟିଯାଏ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥାଏ।

ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ଆମେ ଆପଣଙ୍କୁ ଏମିତି ୪ଟି ଘଟଣା ବିଷୟରେ କହିବୁ, ଯେଉଁଥିରେ ମହିଳାମାନେ ପିଲାଙ୍କୁ କ୍ଷୀର ପିଆଇ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି।

ରାମ୍ପରେ ଚାଲୁଥିବା ବେଳେ ଶିଶୁକନ୍ୟାକୁ ସ୍ତନ୍ୟପାନ କରାଇଲେ ମହିଳା ମଡେଲ୍‌

ନିକଟରେ ଆମେରିକାର ମାୟାମି ଫ୍ୟାଶନ୍‌ ୱିକ୍‌ରେ ଆମେରିକାର ଲୋକପ୍ରିୟ ମଡେଲ୍‌ ମାରା ମାର୍ଟିନ୍‌ ରାମ୍ପରେ ଚାଲୁଥିବା ବେଳେ ତାଙ୍କର ୫ ମାସର ଶିଶୁକନ୍ୟାଙ୍କୁ କ୍ଷୀର ପିଆଇ ଚର୍ଚ୍ଚାକୁ ଆସିଥିଲେ। ମାରାଙ୍କ ଏଭଳି କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ। ଲୋକଙ୍କ ସକାରାତ୍ମକ ମନ୍ତବ୍ୟ ମିଳିବା ପରେ ନିଜେ ମାରା ଏହି ସମୟର ଭିଡିଓକୁ ସୋଶାଲ୍‌ ମିଡିଆରେ ଶେୟାର୍‌ କରି ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ।

ମାଲାୟଲମ୍ ଗୃହଲକ୍ଷ୍ମୀ ମାଗାଜିନ୍‌ରେ ସ୍ତନ୍ୟପାନର ଚିତ୍ର

ନିକଟରେ କେରଳୀ ଲେଖିକା ତଥା ଗୀତିକାର ଗିଲୁ ଜୋଶେଫ୍‌ଙ୍କ ମାଲୟାଲମ୍ ମ୍ୟାଗାଜିନ୍‌ ‘ଗୃହଲକ୍ଷ୍ମୀ’ର କଭର୍ ପେଜ୍‌ ଫଟୋକୁ ନେଇ ଦେଶରେ ହଙ୍ଗାମା ହୋଇଥିଲା। ଏହି ମ୍ୟାଗାଜିନ୍‌ର କଭର୍ ଫଟୋରେ ଗିଲୁ ଜୋଶେଫ୍‌ ଏକ ଶିଶୁକୁ କ୍ଷୀର ପିଆଉଥିବା ଚିତ୍ରକୁ ସ୍ଥାନ ଦିଆଯାଇଥିଲା। ଏହାକୁ ନେଇ କୋର୍ଟରେ ମାମଲା ମଧ୍ୟ ଦାୟର ହୋଇଥିଲା। କିନ୍ତୁ କୋର୍ଟ ଏହାକୁ କଳାତ୍ମକ ଦର୍ଶାଇ ମାମଲାକୁ ଖାରଜ୍‌ କରିଦେଇଥିଲେ।

ହରିଣକୁ କ୍ଷୀର ପିଆଇବାର ଦୃଶ୍ୟ

ରାଜସ୍ଥାନର ବିଷ୍ଣୋଇ ସମାଜ କୃଷ୍ଣସାର ମୃଗକୁ ନିଜ ପିଲାଙ୍କ ପରି ଦେଖନ୍ତି। ଏହି ସମାଜର ମହିଳାମାନେ ହରିଣକୁ ମଧ୍ୟ ନିଜ ପିଲାପରି କ୍ଷୀର ପିଆନ୍ତି। ବିଷ୍ଣୋଇ ସମାଜର ଜଣେ ମହିଳା ହରିଣକୁ କ୍ଷୀର ପିଆଉଥିବାର ଏକ ଫଟୋକୁ ଲେଖକ ତଥା ଫିଲ୍ମ ନିର୍ମାତା ବିକାଶ ଖାନ୍ନା ସୋଶାଲ୍‌ ମିଡିଆରେ ଶେୟାର୍ କରିଥିଲେ। ଏହି ଫଟୋଟି ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଥିଲା।

ରାମ୍‌ ତେରି ଗଙ୍ଗା ମୈଲି ହୋ ଗୟୀ’ ଫିଲ୍ମର ବିବାଦୀୟ ଦୃଶ୍ୟ

୧୯୮୫ ମସିହାରେ ରାଜ୍‌ କପୁରଙ୍କ ଫିଲ୍ମ ‘ରାମ ତେରି ଗଙ୍ଗା ମୈଲି ହୋ ଗୟୀ’ରେ ସ୍ତନ୍ୟପାନର ସିନ୍‌ ସେହି ସମୟରେ ବେଶ୍ ଭାଇରାଲ୍‌ ହୋଇଥିଲା। ସେ ସମୟରେ ବଲିଉଡ୍‌ ହିରୋଇନ୍‌ମାନଙ୍କର ବୋଲ୍‌ଡ୍‌ ସିନ୍‌ ଏତେମାତ୍ରାରେ ନ ଥିଲା। କିନ୍ତୁ ଅଭିନେତ୍ରୀ ମନ୍ଦାକିନୀଙ୍କର ଏହି ବୋଲ୍‌ଡ୍ ସିନ୍‌ରେ ଆକ୍ଟିଂକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ବିଶେଷକରି ଟ୍ରେନ୍‌ରେ ଯାତ୍ରା ବେଳେ ସେ ତାଙ୍କ  ପିଲାକୁ କ୍ଷୀର ପିଆଇବାର ଦୃଶ୍ୟ ବେଶ୍‌ ଚର୍ଚ୍ଚିତ ହୋଇଥିଲା।



from OdishaReporter https://ift.tt/2OwZU1r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages