ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ: ଦେଶରେ ହିଂସାରେ ସ୍ଥାନ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ: ଦେଶରେ ହିଂସାରେ ସ୍ଥାନ ନାହିଁ

ନୂଆଦିଲ୍ଲୀ: ଦେଶର ବିକାଶ ଏବଂ ଦାରିଦ୍ର୍ୟ ଓ ଅସମାନତାରୁ ମୁକ୍ତି ପାଇବା ପାଇଁ ଆମକୁ ଏକାଠି କାର୍ଯ୍ୟ କରିବାକୁ ପଡ଼ିବ। ଦେଶରେ ହିଂସାର ସ୍ଥାନ ନାହିଁ। ନରର୍ଥକ ବିଷୟରେ ବାରମ୍ବାର ଆଲୋଚନା କରି ସମୟ ନଷ୍ଟ କରିବା ଠିକ୍‌ ନୁହେଁ। ଏଭଳି ନିରର୍ଥକ ବିଷୟରେ ଆଲୋଚନା କରିବା ଦ୍ୱାରା ଆମେ ଲକ୍ଷ୍ୟ ଚ୍ୟୁତ ହୋଇଥାଉ। ଏଭଳି କାର୍ଯ୍ୟରୁ ଆମେ ସମସ୍ତେ ଦୂରେଇ ରହିବା ଦରକାର। ୭୨ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ‘ତ୍ରିରଙ୍ଗା’ ଆମ ଦେଶର ଅସ୍ମିତାର ପ୍ରତୀକ। ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଏବଂ ବୀରତ୍ୱ ଯୋଗୁ ଆମେ ସ୍ୱାଧୀନ ହୋଇପାରିଛୁ।

ଯଦି ଆମେ କେବଳ ରାଜନୀତିକ ଅର୍ଥରେ ସ୍ୱାଧୀନତାକୁ ଗ୍ରହଣ କରିବା ତା’ହେଲେ ୧୯୪୭ ମସିହା ଅଗଷ୍ଟ ୧୫ରେ ଆମର ଲକ୍ଷ୍ୟ ପୂରଣ ହୋଇସାରିଥିଲା। ସେହି ଦିନ ରାଜକ୍ଷମତା ବିରୋଧରେ ଆମକୁ ସଂଘୀୟ ବ୍ୟବସ୍ଥାର ସଫଳତା ମିଳିଥିଲା ଏବଂ ଆମେ ସ୍ୱାଧୀନ ହୋଇଥିଲୁ ।

ରାଷ୍ଟ୍ରପତି କହିଛନ୍ତି, ସ୍ୱାଧୀନତାର କୌଣସି ନିର୍ଦ୍ଦିଷ୍ଟ ଏବଂ ସୀମିତ ପରିଭାଷା ନାହିଁ । ସ୍ୱାଧୀନତାର ପରିଧିକୁ ବଢ଼ାଇ ଚାଲିବା, ଏକ ନିରନ୍ତର ପ୍ରୟାସ।

୧୯୪୭ରେ ରାଜନୀତିକ ସ୍ୱାଧୀନତା ମିଳିବାର ଏତେ ଦଶନ୍ଧି ପରେ ମଧ୍ୟ ପ୍ରତ୍ୟେକ ଭାରତୀୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ଦେଶର ପ୍ରଗତିରେ ନିଜ ଅବଦାନ ଦେଇପାରିବେ । ଏଥିରୁ ହିଁ ଆମର ଦେଶ ଏବଂ ଦେଶବାସୀମାନଙ୍କୁ ବିକାଶର ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ ।

କୃଷକମାନେ ଦେଶର ମେରୁଦଣ୍ଡ। ସେହିପରି ସୈନିକମାନେ ଆମ ରକ୍ଷକ। ପୁଲିସ୍‌ ଓ ଅର୍ଦ୍ଧସାମରିକ ବାହିନୀ ଆମ ସାମାଜିକ ସୁରକ୍ଷାର ପ୍ରହରୀ।

ଆମ ସମାଜରେ ମହିଳାମାନଙ୍କର ମଧ୍ୟ ବିଶେଷ ଭୂମିକା ରହିଛି । ସେମାନଙ୍କୁ ନିଜ ଢଙ୍ଗରେ ବଞ୍ଚିବା ଓ ନିଜ କ୍ଷମତାର ସମ୍ପୂର୍ଣ୍ଣ ଉପଯୋଗ କରିବାର ସୁଯୋଗ ମିଳିବା ଆବଶ୍ୟକ ।

ଆମର ନବଯୁବକମାନେ ଭାରତର ଆଶା ଏବଂ ଆକାଂକ୍ଷାର ମୂଳଦୁଆ।

ରାଷ୍ଟ୍ରପତି ଆହୁରି କହିଛନ୍ତି, ଏସବୁ ପ୍ରସଙ୍ଗର ଆଜକୁ ଦଶ-କୋଡ଼ିଏ ବର୍ଷ ତଳେ ପ୍ରାସଙ୍ଗିକ ନଥିଲା। କିନ୍ତୁ ଆମେ ଏବେ ଇତିହାସର ଏପରି ଏକ ମୋଡ଼ରେ ଛିଡ଼ା ହୋଇଛୁ, ଯାହା ପୂର୍ବାପେକ୍ଷା ଭିନ୍ନ ।

ଆଉ ଚାରି ବର୍ଷ ପରେ ଆମେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରିବା । ପାଖାପାଖି ତିନି ଦଶକ ପରେ ଆମେ ସମସ୍ତେ ସ୍ୱାଧୀନତାର ୧୦୦ତମ ବର୍ଷପୂର୍ତି ପାଳନ କରିବା । ସାରା ବିଶ୍ୱ, ଦ୍ରୁତ ଗତିରେ ବଦଳୁଛି । ଆମକୁ ବିଶ୍ୱ ତୁଳନାରେ ଅଧିକ ଦ୍ରୁତ ଗତିରେ ପରିବର୍ତ୍ତନ ଏବଂ ବିକାଶ କରିବାକୁ ହେବ।

ସ୍ୱାଧୀନତା ଦିବସର ସବୁବେଳେ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଥାଏ । କିନ୍ତୁ ଏଥର ଏହି ଦିବସର ସହିତ ଏକ ଭଲ କଥା ଯୋଡ଼ି ହୋଇ ରହିଛି । କିଛି ସପ୍ତାହ ପରେ ୨ ଅକ୍ଟୋବର ଠାରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ଆରମ୍ଭ ହୋଇଯିବ । ଗାନ୍ଧୀଜୀ, କେବଳ ଆମ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇନଥିଲେ, ବରଂ ସେ ଆମର ନୈତିକ ପଥ ପ୍ରଦର୍ଶକ ମଧ୍ୟ ଥିଲେ।

ଏହି ଭାରତୀୟତା କେବଳ ଆମ ପାଇଁ ନୁହେଁ । ଏହା ସାରା ବିଶ୍ୱକୁ ଭାରତୀୟ ସଭ୍ୟତାର ଦାନ ଅଟେ  ବୋଲି ରାଷ୍ଟ୍ରପତି କହିଛନ୍ତି।



from OdishaReporter https://ift.tt/2BcoEtg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages