
ଯାଜପୁର (ଗୁଲାମ ଗସ୍): ସରକାରୀ ଜମିରେ ବୃକ୍ଷ ରୋପଣକୁ ନେଇ ଗୋଷ୍ଠୀ ସଂଘର୍ଷ। ବହାର ଗାଁର ଲୋକଙ୍କ ଆକ୍ରମଣରେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା ବୈରୀ ଥାନା କପାସଟିକ୍ରି ଗ୍ରାମରେ ଘଟିଛି ଏପରି ଘଟଣା।
ପୂରା ଘଟଣା ଏମିତି। କପାସଟିକ୍ରି କିଛି ଲୋକ ଏକ ସରକାରୀ ଜମିରେ ଗଛ ଲଗାଇବା ପାଇଁ ସଫା କରୁଥିଲେ। ଏହାକୁ ପଡୋଶୀ ବାରିମୁଳ ଗାଁର ଜଣେ ଯୁବକ ବିରୋଧ କରିଥିଲେ।
ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରରୋଚନାରେ ୧୫ରୁ ଊର୍ଦ୍ଧ୍ୱ ଲୋକ ହାତରେ ଭୁଜାଲି ଓ ଖଣ୍ଡା ଧରି ସେଠାରେ ପହଞ୍ଚିଥିଲେ। ତା’ପରେ କେହି କିଛି ବୁଝିବା ଆଗରୁ ସେମାନେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ୧୧ ଜଣ ଆହତ ହୋଇଥିଲେ।
ଆହତଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସୁକାନ୍ତ ସ୍ୱାଇଁ ଓ ଦିଲ୍ଲୀପ କୁମାର ବିଶ୍ୱାଳଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ଏହି ଘଟଣା ପରେ ଗାଁରେ ଏବେ ଭୟର ବାତାବରଣ ଖେଳି ଯାଇଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ପୁଲିସ ମୁତୟନ ହୋଇଛନ୍ତି। ମାତ୍ର ଏପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି।
from OdishaReporter https://ift.tt/2vFId88
No comments:
Post a Comment