ଘରେ ପଶିଗଲା ବର୍ଷାପାଣି, ପାଣି ଛାଡ଼ିଲା ବେଳକୁ ଘରସାରା ମାଛ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଘରେ ପଶିଗଲା ବର୍ଷାପାଣି, ପାଣି ଛାଡ଼ିଲା ବେଳକୁ ଘରସାରା ମାଛ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୌଣସି ବିପଦ ଆପଦ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଆସିଲେ, ମଣିଷକୁ ଦେଇଯାଏ ଅସରନ୍ତି ଦୁଃଖ। ଘର ଓ ଗାଁ ଲୋକଙ୍କ ହସଖୁସି ଲୁଟିନିଏ।

ଯେମିତି ବାତ୍ୟା କି ବନ୍ୟା ଆସିଲେ, ଲୋକେ ନାହିଁ ନଥିବା ସମସ୍ୟାରେ ପଡ଼ନ୍ତୁ। କାହାର ଘର ଭାଙ୍ଗିଯାଏ ତ କାହାର ଫସଲ ଉଜୁଡ଼ି ଯାଏ।

ହେଲେ ଈଶ୍ୱରଙ୍କ ମାୟା ବଡ଼ ବିଚିତ୍ର। ବେଳେବେଳେ ସେଇ ବିପଦ ମଣିଷ ପାଇଁ ପାଲଟିଯାଏ ଆଶିର୍ବାଦ। ଏ କଥା ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ।

ଏମିତି ଏକ ଘଟଣା ଘଟିଛି ପୁରୀ ଜିଲ୍ଲାରେ। ଏ ବିଚିତ୍ର ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

ଘଟଣାଟି ଏମିତି। ପ୍ରବଳ ବର୍ଷା ହେବାରୁ ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦମିଶ୍ର ନଗରରେ ଜଣକ ଘରେ ପାଣି ପଶି ଯାଇଥିଲା। ଘର ଲୋକ କଲବଲ ହେଲେ। ହେଲେ ପାଣି ଛାଡ଼ିଲା ବେଳକୁ କଚେପୁଅ ବାଆର ଅବସ୍ଥା।

କାରଣ ଘରୁ ବର୍ଷାଜଳ କମିଗଲା ପରେ ଦେଖିବାକୁ ମିଳିଲା ଯେ, ଘର ସାରା ଖାଲି ଗଦା ଗଦା ମାଛ ଖେଳୁଛନ୍ତି। କଥାଟା ଶୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଲା। ସମସ୍ତେ ଧାଇଁଲେ ତାଙ୍କ ଘରକୁ।

ସତକୁ ସତ ଦେଖିଲା ବେଳରୁ ଘରେ ଖେଳୁଛନ୍ତି ବହୁସଂଖ୍ୟାରେ ମାଛ। ଗୋଟିଏ କି ଦୁଇଟା ନୁହେଁ, ପ୍ରାୟ ୨ କ୍ୱିଣ୍ଟାଲ ମାଛ ଘର ଭିତରେ ହାଳୁହାଳୁ ହେଉଥିଲେ।

ଗାଁ ଲୋକଙ୍କ କହିବା କଥା, ପାଖରେ ଏକ କେନାଲ୍ ରହିଛି। ବର୍ଷା ଅଧିକ ହେବାରୁ ସେଥିରୁ ମାଛ ଉଠି ଆସି ବିଭିନ୍ନ ଆଡ଼କୁ ଚାଲିଯାଇଛନ୍ତି। ସେଇ ମାଛ ହିଁ ଏ ଘରେ ପଶିଛନ୍ତି।



from OdishaReporter https://ift.tt/2w5WOJe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages