
ନୂଆଦିଲ୍ଲୀ: ଇଣ୍ଡୋନେସିଆର ଏକ ଛାତିଥରା ଭିଡିଓ ଭାଇରାଲ୍ ହୋଇଛି। ଭିଡିଓଟି ଦେଖିଲେ ଆପଣ ଯେତିକି ଭୟ ପାଇବେ, ତା’ଠାରୁ ବେଶୀ ଆଶ୍ଚର୍ଯ୍ୟ ହେବେ।
ସୋଶାଲ୍ ମିଡିଆରେ ଏବେ ଏହି ଭିଡିଓଟି ଅଧିକ ମାତ୍ରାରେ ଶେୟାର୍ ହେଉଛି। ଆପଣ ଭାବୁଥିବେ, ଭିଡିଓଟିରେ ଏମିତି କ’ଣ ଅଛି ଯେ ଲୋକେ ଏହାକୁ ଏତେ ପସନ୍ଦ କରୁଛନ୍ତି?

ଭୂମିକମ୍ପ ନାଁ ଶୁଣିଲେ ସମସ୍ତେ ଭୟ କରିଥାନ୍ତି ଏବଂ ଜୀବନ ବଞ୍ଚାଇବାକୁ ଦଉଡ଼ା ଦଉଡ଼ି ଆରମ୍ଭ କରିଦିଅନ୍ତି। କିନ୍ତୁ ଏହି ଭିଡିଓରେ ଆପଣ କିଛିଟା ଓଲଟା ଦୃଶ୍ୟ ଦେଖିବାକୁ ପାଇବେ।
ଆପଣ ଏଥିରେ ଦେଖିବେ, ଯେଉଁ ସମୟରେ ଭୂମିକମ୍ପ ଆସିଛି, ମସ୍ଜିଦ୍ ହଲିବା ଆରମ୍ଭ କରିଛି। ଆଉ ସେତିକି ବେଳେ ଭିତରେ ନମାଜ ପଢ଼ୁଥିବା ଇମାମ୍ଙ୍କ ସାହସ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଇମାମ୍ ନିଜ ଜାଗାରୁ ଇଞ୍ଚେ ବି ହଲୁନାହାନ୍ତି। ସେ ନମାଜ ପଢ଼ିବା ଜାରି ରଖିଛନ୍ତି। ଭୂମିକମ୍ପର ପ୍ରକୋପ ବଢୁଥିଲେ ମଧ୍ୟ ତାହା ଇମାମ୍ଙ୍କୁ ବିଚଳିତ କରିପାରିନି। ପାଖରେ ଥିବା ଏକ କାନ୍ଥକୁ ଧରି ସେ ନମାଜ ପଢ଼ିବା ଜାରି ରଖିଥିଲେ।
ଭୂମିକମ୍ପର ସ୍ଥିତି ଜାଣିବାକୁ ସେ ନିଜ ଆଖି ମଧ୍ୟ ଖୋଲୁ ନାହାନ୍ତି। ବୋଧହୁଏ ଏହି କାରଣରୁ ଇମାମ୍ ଏତେ ବଡ଼ ଭୂମିକମ୍ପ ହେବା ପରେ ମଧ୍ୟ ବଞ୍ଚି ଯାଇଥିଲେ।
ପୂରା ଭିଡିଓଟି ଦେଖନ୍ତୁ।
from OdishaReporter https://ift.tt/2KR6LzB
No comments:
Post a Comment