
ଲକ୍ଷ୍ନୌ: ଦୁହେଁ ଥିଲେ ପରସ୍ପର ପାଇଁ ଅଜଣା। ବିଦେଶରେ ହୋଇଗଲା ପ୍ରେମ। ଆଉ ବିବାହ ପାଇଁ ସାତଦରିଆ ଡେଇଁ ପ୍ରେମିକ ସହ ଭାରତ ଆସିଲେ ବିଦେଶିନୀ।
କିନ୍ତୁ ବିବାହ ପାଇଁ ସରକାରୀ ଅଧିକାରୀଙ୍କ ନିକଟକୁ ଯାଇ ନୟାନ୍ତ ହେଲେଣି କିନ୍ତୁ ତାଙ୍କ ଗୁହାରି କେହି ଶୁଣୁନାହାନ୍ତି। ଏନେଇ ପ୍ରେମୀଯୁଗଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ୟୁକ୍ରେନ୍ରେ ଭେରୋନିକା ନାମ୍ନୀ ଜଣେ ବିଦେଶିନୀଙ୍କ ସହ ୟୁପିର ବାଘପତ ନିବାସୀ ଅକ୍ଷତ ତ୍ୟାଗୀଙ୍କ ପ୍ରେମ ହୋଇଯାଇଥିଲା।
ଅକ୍ଷତ ଋଷୀୟ ଭାଷା ଶିଖିବା ପାଇଁ ଋଷିଆ ଯାଇଥିଲେ। ସେଠାରେ ଭେରୋନିକାଙ୍କ ସହ ଭେଟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟେ ଭାରତ ଆସି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଅକ୍ଷତଙ୍କ ସହ ପ୍ରେମିକା ଭେରୋନିକା ଆସିଥିଲେ।
ପରେ ବିବାହ ପାଇଁ ଭେରୋନିକା ବାଘପତ ଏଡିଏମ କୋର୍ଟରେ ସ୍ୱତନ୍ତ୍ର ମ୍ୟାରେଜ୍ ଆକ୍ଟରେ ଆବେଦନ କରିଥିଲେ। ହେଲେ ବିଭାଗୀୟ ଅଧିକାରୀ ତାଙ୍କୁ ମାସେ ହେଲା ଅଫିସକୁ ଦଉଡ଼ାଉଛନ୍ତି।
ସେପଟେ କିଛିଦିନ ପରେ ଅଗଷ୍ଟ ୧୩ରେ ଭେରୋନିକାଙ୍କ ଭିଜା ଅବଧି ସରିଯିବ। ଏନେଇ ଭେରୋନିକା ଯେତେ ଗୁହାରି କଲେ ମଧ୍ୟ ଜିଲ୍ଲା ଅଧିକାରୀ ତାଙ୍କ କଥା ଶୁଣୁ ନଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ଚିନ୍ତିତ ହୋଇପଡ଼ିଛନ୍ତି। ଭେରୋନିକା ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ପ୍ରେମୀ ଯୁଗଳ ଅଭିଯୋଗ କରିଛନ୍ତି ଯେ, ବିଭାଗୀୟ ଅଧିକାରୀ ଏହି ବିବାହକୁ ମଞ୍ଜୁର କରିବା ପାଇଁ ଲାଞ୍ଚ ମାଗୁଛନ୍ତି।
from OdishaReporter https://ift.tt/2vAku9a
No comments:
Post a Comment