୪ରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ୍‌, କ’ଣ ରହିବ ରୂପରେଖ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

୪ରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ୍‌, କ’ଣ ରହିବ ରୂପରେଖ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ୍‌। ତେବେ କ’ଣ ରହିବ ଅତରିକ୍ତ ବଜେଟ୍‌ରେ ରୂପରେଖ? ବଜେଟ୍‌ରେ କେଉଁ କ୍ଷେତ୍ରକୁ ଦିଆଯିବ ଅଧିକ ଗୁରୁତ୍ୱ? ଘୋଷଣା ହୋଇଥିବା ନୂଆ ଯୋଜନା ବାଦ୍‌ କେଉଁ ବିଭାଗକୁ ମିଳିବ କେତେ ଅର୍ଥ? ଏସବୁକୁ ନେଇ ଚାଲିଛି ଅଙ୍କକଷା।

ଏହା ଭିତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫ଶହ କୋଟି, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ୨୨୦ କୋଟି, ଆଶାକର୍ମୀଙ୍କ ପାଇଁ ୫୦ କୋଟି ଖର୍ଚ୍ଚ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। କିନ୍ତୁ ମୂଳ ବଜେଟ୍‌ରେ ଏସବୁ ପାଇଁ ଅର୍ଥ ବ୍ୟୟବରାଦ ହୋଇନଥିଲା। ତେଣୁ ଅତିରିକ୍ତ ବଜେଟ୍‌ରେ ଏହାର ବୋଝ ପଡ଼ିବ। ତାହା ସହ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆଣିବାକୁ ଥିବା ନୂଆ ଯୋଜନା ପାଇଁ ଏହି ବଜେଟ୍‌ରେ ବ୍ୟୟବରାଦ ହୋଇପାରେ।

ବଜେଟ୍‌ରେ ସାମାଜିକ କ୍ଷେତ୍ର, ଶିଳ୍ପ, ଭିତ୍ତିଭୂମି, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି। ଜୁଲାଇ ସୁଦ୍ଧା ଗତ ଆର୍ଥିକ ବର୍ଷ ତୁଳନାରେ ବଜେଟଭୁକ୍ତ ଯୋଜନା ଓ ପ୍ରକଳ୍ପ ବାବଦ ଅର୍ଥ ବିନିଯୋଗ ୧୦ ପ୍ରତିଶତ ଅଧିକ ହୋଇଛି।

ଚଳିତ ଆର୍ଥିକ ବର୍ଷ ଜୁଲାଇ ଶେଷ ସୁଦ୍ଧା ରାଜ୍ୟର ରାଜସ୍ୱ ସଂଗ୍ରହ ଗତବର୍ଷ ଅପେକ୍ଷା ୩୩ ପ୍ରତିଶତ ବଢିଛି। ଖଣି ଓ ଇସ୍ପାତ କ୍ଷେତ୍ରରୁ ୭୨ ପ୍ରତିଶତ ଓ ଯାନବାହନ ଟିକସ ଆଦାୟ ଗତବର୍ଷ ଅପେକ୍ଷା ୪୨ ପ୍ରତିଶତ ବୃଦ୍ଧି ପାଇଛି। ସେପଟେ ରାଜ୍ୟ ସରକାର ଓଡ଼ିଶା ଆକସ୍ମିକ ପାଣ୍ଠିକୁ ୪ଶହ କୋଟିରୁ ୧୪ଶହ କୋଟିକୁ ବୃଦ୍ଧି କରିଛନ୍ତି।

ଅର୍ଥନେତିକ ବିଶେଷଜ୍ଞଙ୍କ ମତରେ ଗତ ଅତିରିକ୍ତ ବଜେଟ୍‌ରେ ପାଖାପାଖି ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଏଥର ଏହା ୧୨ରୁ  ୧୫ ହଜାର କୋଟି ହୋଇପାରେ। ସେପଟେ ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ ଋଣ ଭାର ୯୩ ହଜାର କୋଟି ଟଙ୍କା ଛୁଇଁବ।



from OdishaReporter https://ift.tt/2MfhJUr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages