୧୬ରୁ ଆରମ୍ଭ ହେବ ‘ସିଂହଦ୍ୱାରରୁ ନବୀନ ନିବାସ’ ପଦଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

୧୬ରୁ ଆରମ୍ଭ ହେବ ‘ସିଂହଦ୍ୱାରରୁ ନବୀନ ନିବାସ’ ପଦଯାତ୍ରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରହସ୍ୟମୟ ଭାବେ ରତ୍ନ ଭଣ୍ଡାରର ଚାବି ହଜିବା ଓ ପରେ ଡୁପ୍ଲିକେଟ ଚାବି ମିଳିବା ଘଟଣା ପରେ ରତ୍ନଭଣ୍ଡାରେ ଥିବା ସମ୍ପତ୍ତିର ସ୍ଥିତି ନେଇ ରାଜ୍ୟବାସୀଙ୍କ ମନରେ ସନ୍ଦେହ ଦେଖା ଦେଇଛି।

ତେଣୁ ଏହିଭଳି କିଛି ପ୍ରସଙ୍ଗ ନେଇ ଶ୍ରୀଜଗନ୍ନାଥ ସୁରକ୍ଷା ପରିଷଦ ପକ୍ଷରୁ ପୁରୀ ଶ୍ରୀମନ୍ଦିରଠାରୁ ନବୀନ ନିବାସ ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରାଯାଇଛି।

ଏହି ପଦଯାତ୍ରା ୧୮ ତାରିଖ ଦିନ ଭୁବନେଶ୍ୱର ପହଞ୍ଚିବା ସହ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ପରିଷଦର ଆବାହକ ଅନୀଲ ବିଶ୍ୱାଳ ଜଣାଇଛନ୍ତି।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବାକୁ ଥିବା ସ୍ମାରକ ପତ୍ରରେ ରତ୍ନ ଭଣ୍ଡାର ଖୋଲିବା ସହ ଏଥିରେ ଥିବା ସୁନା ରୁପା ଏବଂ ମୁଲ୍ୟବାନ ମଣି ମୁକ୍ତା ସବୁ ସୁରକ୍ଷିତ ଅଛି କି ନାହିଁ, ତାହା ସ୍ପଷ୍ଟ କରିବାକୁ ଦାବି କରାଯିବ।

ସେହିପରି ନବକଳେବର ବେଳେ ଘଟିଥିବା ବ୍ରହ୍ମ ବିଭ୍ରାଟ ରିପୋର୍ଟକୁ ସାର୍ବଜନୀନ କରିବା, ସୁପ୍ରିମକୋର୍ଟରେ ଶ୍ରୀ ଜଗନ୍ନାଥ ମନ୍ଦିରକୁ ନେଇ ଚାଲିଥିବା ମାମଲାରେ ରାଜ୍ୟ ସରକାରଙ୍କ ମତ ସର୍ବସାଧାରଣରେ ପ୍ରକାଶ କରିବାକୁ ମଧ୍ୟ ଦାବି କରାଯିବ

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଏହି ପଦଯାତ୍ରା ଅଗଷ୍ଟ ୧୬ ତାରିଖ ଦିନ ସକାଳ ୯ଟାରୁ ଶ୍ରୀମନ୍ଦିର ସିଂହଦ୍ୱାରରୁ ବାହାରି ଚନ୍ଦନପୁର, ସାକ୍ଷୀଗୋପାଳ, ଡେଲାଙ୍ଗ ଛକ, ପିପିଲି ହୋଇ ନବୀନ ନିବାସରେ ପହଞ୍ଚିବ।

୧୮ ଅଗଷ୍ଟ ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯିବ। ଏହି ପଦଯାତ୍ରାରେ ବିଭିନ୍ନ ସାମାଜିକ ସଙ୍ଗଠନ, ବିଭିନ୍ନ ମଠର ପ୍ରତିନିଧି, ସାଧୁସନ୍ଥ, ଘଣ୍ଟୁଆ ଦଳ ସାମିଲ ହେବେ।



from OdishaReporter https://ift.tt/2MgmjlZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages