
ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରୀତିନୀତିରେ କୌଣସି ପରିବର୍ତ୍ତନ ହେବନି। ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ୧୨ଟି ନିର୍ଦ୍ଦେଶାବଳୀ ଉପରେ ଆଜି ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏହା କହିଛନ୍ତି।
ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ୧୨ଟି ନିର୍ଦ୍ଦେଶାବଳୀ ଉପରେ ଆଜିର ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ତେବେ ୧, ୨ ଏବଂ ୧୨ ନମ୍ବର ପଏଣ୍ଟକୁ ଛାଡ଼ି ଅନ୍ୟ ସବୁଥିରେ ସହମତ ହୋଇଛନ୍ତି ଛତିଶା ନିଯୋଗ । ଅବଶିଷ୍ଟ ୯ଟି ପଏଣ୍ଟ ଉପରେ କୌଣସି ପ୍ରକାର ମତ ପାର୍ଥକ୍ୟ ହୋଇନି। ସେହିଭଳି ଜଗନ୍ନାଥ ମନ୍ଦିର ରୀତିନୀତି, ଯାନିଯାତ୍ରାରେ କିଛି ପରିବର୍ତ୍ତନ ହେବନି ବୋଲି ସ୍ଥିର ହୋଇଛି ।
ଛତିଶାନିଯୋଗ ସହମତ ହୋଇ ନ ଥିବା ପଏଣ୍ଟ ମଧ୍ୟରେ ରହିଛି ବଂଶାନୁକ୍ରମିକ ସେବା ପରମ୍ପରାର ଉଚ୍ଛେଦ ଓ ସେବକ ନିଯୁକ୍ତି, ଶ୍ରୀମନ୍ଦିରରୁ ଅନ୍ନଦାନ ଆଟିକା ବାବଦକୁ ପାଉଣା ଆଦାୟ ବନ୍ଦ୍, ଥାଳି ଗରାରେ ଦକ୍ଷିଣା ଆଦାୟ ବନ୍ଦ୍ ଓ ଶ୍ରୀମନ୍ଦିର ଆଇନ୍ ୧୯୫୪ର ସଂଶୋଧନ।
ଏହି ତିନିଟି ପ୍ରସଙ୍ଗରେ ଛତିଶାନିଯୋଗ ଦ୍ୱିମତ ହୋଇଥିଲା। ତେବେ ବଂଶାନୁକ୍ରମିକ ସେବା ନେଇ ନିଯୋଗ ସେମାନଙ୍କ ମତାମତ ଆମିକସ କ୍ୟୁରି ଓ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
from OdishaReporter https://ift.tt/2MF86et
No comments:
Post a Comment