
ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ ଧମାଲ କଲା ତରଙ୍ଗ ସିନେ ପ୍ରଡକ୍ସନର ଓଡ଼ିଆ ଗୀତ ‘ପ୍ୟାର୍ ବାଲା ହିଚ୍କି’। ଜବରଦସ୍ତ ମ୍ୟୁଜିକ୍ ତଡ଼କା ସହ ଏହି ଗୀତଟିକୁ ଭିନ୍ନ ଶୈଳୀରେ କମ୍ପୋଜିସନ କରାଯାଇଛି। ସୁନ୍ଦରଗଡ଼ର ସଲମାନ୍ ଖାନ’ ଚଳଚ୍ଚିତ୍ରର ଏହି ଗୀତକୁ ଏବେ ସୁଦ୍ଧା ୨୦ମିଲିୟନରୁ ଅଧିକ ଭ୍ୟୁ ହୋଇସାରିଲାଣି। ମେ’ ୧୪ ୨୦୧୮ରେ ଏହି ଗୀତଟି ୟୁ-ଟ୍ୟୁବ୍ରେ ଅପଲୋଡ଼ ହୋଇଥିଲା।
ଅଭିଜିତ୍ ମଜୁମଦାର ଗୀତର ନିର୍ଦ୍ଦେଶନା ଦେଇଥିବା ବେଳେ ରଚନା କରିଛନ୍ତି ନିର୍ମଳ ନାୟକ। ଏହି ଫିଲ୍ମକୁ ଅଶୋକ ପତି ନିର୍ଦ୍ଦେଶନା ଦେଇଥିଲେ। ରଜ ବଜାରରେ ପରଦାକୁ ଆସିଥିବା ଏହି ସିନେମାଟି ଦର୍ଶକମାନଙ୍କ ବେଶ୍ ପସନ୍ଦ ଆସିଥିଲା। ଫିଲ୍ମଟି ପ୍ରଚୁର ମାତ୍ରାରେ ଲୋକଙ୍କ ଆଦୃତ ହୋଇଥିଲା।
ଗୀତଟିକୁ ଜଣାଶୁଣା ଗାୟକ ହ୍ୟୁମାନ୍ ସାଗର ଗାଇ ଥିବା ବେଳେ ଓଲିଉଡ୍ର ଚକୋଲେଟ୍ ବୟ ବାବୁଶାନ୍ ଓ ନାୟିକା ଦିବ୍ୟା ଅଭିନୟ କରିଛନ୍ତି। ଏହି ଫିଲ୍ମକୁ ଅଶୋକ ପତି ନିର୍ଦ୍ଦେଶନା ଦେଇଛନ୍ତି।
from OdishaReporter https://ift.tt/2LYSXZ8
No comments:
Post a Comment