
କଟକ (ଓଡ଼ିଶା ରିପୋର୍ଟର): ତେଲ, ଘିଅ, ପେଟ୍ରୋଲ ପରେ ଏବେ ସିମେଣ୍ଟରେ ମିଶ୍ରଣ ହେଉଛି। ଖରାପ ସିମେଣ୍ଟକୁ ଗ୍ରାଇଣ୍ଡିଂ କରି ସେଥିରେ କେମିକାଲ୍ ମିଶାଇ ନାମୀ, ଦାମୀ ବ୍ୟାଗ୍ରେ ପୂରାଇ ଚାଲାଣ ହେଉଛି। କୌଣସି ସୂତ୍ରରୁ ଖବର ପାଇଁ କଟକ କମିଶନରେଟ୍ ପୁଲିସ ଚଢ଼ଉ କରି ଦୁଇଟି କାରଖାନାରୁ ୩୪୦ ବସ୍ତା ନକଲି ସିମେଣ୍ଟ ଓ କିଛି ଯନ୍ତ୍ରାଂଶ ଜବତ କରିଛି।
ଏହି ଘଟଣାରେ ୬ ଜଣ ଗିରଫ ହୋଇଥିବା ବେଳେ ମୁଖ୍ୟଅଭିଯୁକ୍ତ ଫେରାର ହୋଇଯାଇଛି। କେତେ ଦିନ ଧରି ଏହି କାରବାର ଚାଲିଥିଲା, ସେ ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ମୁଖ୍ୟଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।
ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ସିମେଣ୍ଟ ଗୋଦାମରୁ ସଂଗ୍ରହ ହେଉଥିଲା ଖରାପ ଓ ଗୋଦାମ ଚଟାଣରେ ପଡ଼ିଥିବା ସିମେଣ୍ଟ। ସେଗୁଡ଼ିକୁ ଗ୍ରାଇଣ୍ଡିଂ କରାଯାଇ ସେଥିରେ କେମିକାଲ୍ ଓ ଅଳ୍ପ କିଛି ଅସଲି ସିମେଣ୍ଟ ମିଶାଇ ତିଆରି କରାଯାଉଥିଲା ନକଲି ସିମେଣ୍ଟ। ପରେ ଏହାକୁ ବିଭିନ୍ନ ବ୍ରାଣ୍ଡେଡ୍ ସିମେଣ୍ଟ ଅଖାରେ ପୂରାଇ ଅଧା ଦରରେ ବଜାରକୁ ଛଡ଼ା ଯାଉଥିଲା। ଏହି ସବୁ ସିମେଣ୍ଟ କଟକ ଓ ଆଖପାଖ ଅଞ୍ଚଳକୁ ଚାଲାଣ କରାଯାଉଥିଲା।
from OdishaReporter https://ift.tt/2MazKzH
No comments:
Post a Comment