ମୟୂରଭଞ୍ଜ ଓ କଳାହାଣ୍ଡି ପାଇଁ ବିଜେଡି ରୋଡ୍‌ମ୍ୟାପ୍ ଏମିତି, ମୋହର ମାରିଲା ଥାର୍ଡଫ୍ଲୋର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ମୟୂରଭଞ୍ଜ ଓ କଳାହାଣ୍ଡି ପାଇଁ ବିଜେଡି ରୋଡ୍‌ମ୍ୟାପ୍ ଏମିତି, ମୋହର ମାରିଲା ଥାର୍ଡଫ୍ଲୋର୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନୀ ମୁହାଁ ବିଜେଡି ଏବେ ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର ଓ ସୋନପୁର ଭଳି ଜିଲ୍ଲା ପାଇଁ ସ୍ୱତନ୍ତ୍ର ରୋଡ୍‌ମ୍ୟାପ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବିଶେଷକରି ଏସବୁ ଜିଲ୍ଲାରେ ଗତବର୍ଷ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ଥିବାରୁ, ବିଜେଡି ଏବେଠୁ ସେଠାରେ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଦଳ ସ୍ୱତନ୍ତ୍ର ରୋଡ୍‌ମ୍ୟାପ୍‌ ମାଧ୍ୟମରେ ଏବେ ମୟୂରଭଞ୍ଜ ଜିଲ୍ଲାକୁ ପୁଣିଥରେ ଦଖଲକୁ ନେବାକୁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ୨୦୧୪ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ, କଳାହାଣ୍ଡି ଓ ସୋନପୁର ଜିଲ୍ଲାରେ ସମସ୍ତ ବିଧାନସଭା ଓ ଲୋକସଭା ସିଟ୍ ଜିଣି ପାରିଥିବା ବିଜେଡି କିନ୍ତୁ ୨୦୧୭ ପଞ୍ଚାୟତ ନିର୍ବାଚନରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। କେଉଁ କାରଣରୁ ବିଜେଡି ଏହି ୩ଟି ଜିଲ୍ଲାରେ ଏତେ ପରିମାଣର ସିଟ୍ ହରାଇଲା ଓ ବିଫଳ ହେଲା ତାକୁ ନେଇ ବ୍ୟାପକ ତର୍ଜମା ପରେ ଏସବୁ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ ହୋଇଛି।

ସୂତ୍ର ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁଙ୍କ ନିଜ ଷ୍ଟାଇଲରେ କାର୍ଯ୍ୟ କରିବାର ଅନୁମତି ଦିଆଯାଇଛି। ତୃତୀୟ ମହଲା ତଥା ବିଜେଡିର କ୍ଷମତାକେନ୍ଦ୍ର ସହ ସୁସମ୍ପର୍କ ରଖି ଶ୍ରୀ ସାହୁ ଏବେ ମୟୂରଭଞ୍ଜରେ ଦଳର ବିଜୟର ରୋଡ୍ ମ୍ୟାପ ପ୍ରସ୍ତୁତ କରିଛନ୍ତି। ସେହି ରୋଡ୍ ମ୍ୟାପକୁ ତୃତୀୟ ମହଲାର ଗ୍ରୀନ୍ ସିଗ୍ନାଲ ମଧ୍ୟ ମିଳିଛି।

୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଏହି ଜିଲ୍ଲାର ସମସ୍ତ ୮ଟି ବିଧାନସଭା ସିଟରେ ବିଜୟୀ ହୋଇଥିବା ବେଳେ, ଜିଲ୍ଲା ପରିଷଦ ନିର୍ବାଚନରେ ମୋଟ୍ ୫୬ଟି ଆସନରୁ ମାତ୍ର ୫ଟି ଜିତି ପାରିଥିଲା । ତେଣୁ ଆଗାମୀ ସାଧାରଣ ନିର୍ବାଚନ  ପୂର୍ବରୁ ଦଳକୁ ସେଠାରେ ପୁଣି ଲୋକଙ୍କ ଆସ୍ଥାଭାଜନ କରାଇବା ନିମନ୍ତେ ଏବେ ନିର୍ବାଚନମଣ୍ଡଳୀ ଗୁଡ଼ିକ ଦାୟିତ୍ୱରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି।

ଅରୁଣ ସାହୁ ନିଜର ଖାସ୍ ଅନୁଗତ ତଥା ଅନ୍ୟ ଜିଲ୍ଲାର ଦଳୀୟ ବିଧାୟକଙ୍କୁ ସେହି ଜିଲ୍ଲାରେ ୨ଟି ଲେଖାଏ ନିର୍ବାଚନମଣ୍ଡଳୀର ସାଂଗଠନିକ କାର୍ଯ୍ୟ ବୁଝିବା ଦାୟିତ୍ୱ ଦେଇଛନ୍ତି। ଏପରିକି ସେହି ଜିଲ୍ଲାରେ ଦଳର ୮ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୬ଜଣ ବିଧାୟକଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ଓ ଆକ୍ରୋଶ ବୃଦ୍ଧି ପାଉଥିବାରୁ ସେଠାରେ କର୍ମୀ ଓ ସାଧାରଣ ଲୋକଙ୍କ ସହ ଶ୍ରୀ ସାହୁ ଓ ତାଙ୍କ ଖାସ୍ ଟିମ୍ ସିଧାସଳଖ ସବୁ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ସେମାନଙ୍କର ଆପତ୍ତି ଓ ଅଭିଯୋଗ ଶୁଣି ଦଳୀୟ ଭୋଟ୍ ବ୍ୟାଙ୍କ ବୃଦ୍ଧି ହେଉଥିବା ଭଳି କାର୍ଯ୍ୟ ହାତକୁ ନିଆଯାଉଥିବା ଜଣାପଡ଼ିଛି।

ଅରୁଣଙ୍କ ସମେତ ଦଳର ଦୁଇ ବିଧାୟକ ବ୍ୟୋମକେଶ ରାୟ ଓ ପ୍ରଣବ ବଳବନ୍ତରାୟ ସିଧାସଳଖ ଏହି ଜିଲ୍ଲାର ଦାୟିତ୍ୱ ବୁଝୁଛନ୍ତି। ଅରୁଣ ସେହି ଜିଲ୍ଲାରେ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଦଳର  ସହପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରି ସେଠାରେ ଦଳର ଆଦିବାସୀ ଭୋଟ୍‌ ବ୍ୟାଙ୍କକୁ ସୁଦୃଢ଼ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି।

ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ଡଃ ଦେବାଶୀଷ ମାର୍ଣ୍ଡିଙ୍କୁ ଏବେଠୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ଗ୍ରୀନ୍ ସିଗ୍ନାଲ ଦିଆଯାଇଛି। ସେହିପରି ଜିଲ୍ଲାରେ ବର୍ତ୍ତମାନର ସମସ୍ତ ୮ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୬ଜଣଙ୍କୁ ବଦଳାଇ ସେଠାରେ ନୂଆ ମୁହଁଙ୍କୁ ଟିକେଟ୍ ଦେବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।



from OdishaReporter https://ift.tt/2OC75W5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages