ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏହା ସତ୍ତ୍ୱେ ରାଜ୍ୟରେ ବଢ଼ି ଚାଲିଛି ରାଗିଂ। ୨୦୧୭ ମସିହାରେ ଓଡ଼ିଶାରୁ ୪୬ଟି ରାଗିଂ ସମ୍ପର୍କିତ ମାମଲା ୟୁଜିସି ନିକଟକୁ ଯାଇଛି। ଓଡ଼ିଶା ସମଗ୍ର ଦେଶରେ ଷଷ୍ଠ ସ୍ଥାନରେ ରହିଛି। ଏପରି ଚମକାଇଲା ଭଳି ତଥ୍ୟ ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ। କିନ୍ତୁ ଉଚ୍ଚଶିକ୍ଷା ମନ୍ତ୍ରୀ ବଢୁଥିବା ରାଗିଂକୁ ଅସ୍ୱୀକାର କରିଛନ୍ତି।
ରାଜ୍ୟରେ ବଢୁଛି ରାଗିଂ। ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ପୂର୍ବ ଦୁଇ ବର୍ଷ ତୁଳନାରେ ୨୦୧୭ରେ ସ୍ଥିତି ସାଂଘାତିକ ରହିଛି। ଗତ ମାସ ୨୩ ତାରିଖରେ ଲୋକସଭାରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଦେଇଥିବା ସୂଚନା ଅନୁଯାୟୀ, ୨୦୧୭ ମସିହାରେ ସାରା ଦେଶରେ ଓଡ଼ିଶା ରାଗିଂରେ ଷଷ୍ଠ ସ୍ଥାନରେ ରହିଛି।

ଗତ ତିନି ବର୍ଷ ଭିତରେ ସାରାଦେଶରେ ୧୮୩୯ଟି ରାଗିଂ ମାମଲା ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି)ଙ୍କ ନିକଟକୁ ଆସିଛି। ଯେଉଁଥିରୁ ରାଗିଂ ପ୍ରମାଣିତ ହୋଇଥିବା ୮୧୨ଟି ମାମଲାରେ ଦୋଷୀଙ୍କୁ ଦଣ୍ଡବିଧାନ କରାଯାଇଥିବା ବେଳେ ୩୦୯ ଜଣଙ୍କୁ ନିଲମ୍ୱିତ କରାଯାଇଛି।
ସେପଟେ ଏହି ତଥ୍ୟ ଆସିବା ପରେ ଶିକ୍ଷାବର୍ଷ ଆରମ୍ଭରୁ ରାଗିଂକୁ ନେଇ ସତର୍କତା ଅବଲମ୍ବନ କଲେଣି ବିଭିନ୍ନ ଶିକ୍ଷାନୁଷ୍ଠାନ। ସେଥିପାଇଁ କ୍ୟାମ୍ପସ୍ରେ ବିଭିନ୍ନ ବିଭାଗ ଓ ହଷ୍ଟେଲ୍ ଗୁଡିକରେ ‘ନୋ ରାଗିଂ’ ପୋଷ୍ଟର୍ ଲଗା ଯାଇଛି। ଯେଉଁଥିରେ ଏମ୍ଏଚ୍ଆର୍ଡି ଓ ୟୁଜିସିର ଦଣ୍ଡବିଧି ସମ୍ପର୍କରେ ଉଲ୍ଲେଖ ରହିଛି।
from OdishaReporter https://ift.tt/2AA8QQD
No comments:
Post a Comment