
ପାଣାଜୀ: ତିବ୍ବତୀୟ ଧର୍ମଗୁରୁରୁ ଦଲାଇଲାମା ଆଜି ସ୍ଵାଧୀନତା ପ୍ରାପ୍ତି ସମୟରେ ଭାରତର ବିଭାଜନ ସମ୍ପର୍କରେ ମତ ଦେଇ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି।
ସେ କହିଛନ୍ତି, ଯଦି ଜବାହାରଲାଲ ନେହରୁଙ୍କ ବଦଳରେ ମହମ୍ମଦ ଅଲ୍ଲୀ ଜିନ୍ନା ପ୍ରଧାନମନ୍ତ୍ରୀ ହୋଇଥାଆନ୍ତେ, ତା’ହେଲେ ଆଜି ଭାରତ ଓ ପାକିସ୍ତାନ ଅଲଗା ଦେଶ ହୋଇନଥାଆନ୍ତା।
“ଶ୍ରୀ ନେହରୁ ଜଣେ ଆତ୍ମକୈନ୍ଦ୍ରିକ ବ୍ୟକ୍ତି ଥିଲେ। ଜାତିର ପିତା ମହାତ୍ମା ଗାନ୍ଧି ସେତେବେଳେ ଜିନ୍ନା ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଥିଲେ କିନ୍ତୁ ନେହରୁ ପ୍ରଧାନମନ୍ତ୍ରୀ ହେବାକୁ ଜିଦ୍ ଧରି ବସିବାରୁ ଦେଶ ବିଭାଜନ ହୋଇଥିଲା” ବୋଲି ସେ କହିଛନ୍ତି।
ଗୋଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ରେ ଉଦ୍ବୋଧନ ଦେଲା ବେଳେ ଜଣେ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଦଲାଇଲାମା କହିଛନ୍ତି, “ସାମନ୍ତବାଦ ଅପେକ୍ଷା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଅଧିକ ଗ୍ରହଣୀୟ। କାରଣ ସାମନ୍ତବାଦ ଶାସନ ବ୍ୟବସ୍ଥାରେ ଜଣେ ଦୁଇ ଜଣ ବ୍ୟକ୍ତି ସବୁ କ୍ଷମତା ଉପଭୋଗ କରନ୍ତି, ଯାହା ସବୁଠାରୁ ବିପଜ୍ଜନକ।”
ଦଲାଇଲାମା କହିଛନ୍ତି, “ଏବେ ଭାରତକୁ ବିଚାରକୁ ନେବା। ମୁଁ ଭାବୁଛି ମହାତ୍ମା ଗାନ୍ଧି ସେତେବେଳେ ଜିନ୍ନାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଥିଲେ। କିନ୍ତୁ ନେହରୁ ଏଥିରେ ରାଜି ହୋଇନଥିଲେ। ପଣ୍ଡିତ ନେହରୁ ଜଣେ ଆତ୍ମକୈନ୍ଦ୍ରିକ ନେତା ଥିଲେ। ଗାନ୍ଧି ଜାଣିଥିଲେ ଯଦି ଜିନ୍ନା ପ୍ରଧାନମନ୍ତ୍ରୀ ହୁଅନ୍ତି, ତା’ ହେଲେ ଅଖଣ୍ଡ ଭାରତର କେବେ ବିଭାଜନ ହୋଇ ନଥାଆନ୍ତା। ମୁଁ ଜାଣିଛି ପଣ୍ଡିତ ନେହରୁ ଜଣେ ଜ୍ଞାନୀ ଓ ଗୁଣି ବ୍ୟକ୍ତି ଥିଲେ। କିନ୍ତୁ ବେଳେ ଜ୍ଞାନୀ ଓ ଗୁଣୀ ବ୍ୟକ୍ତି ମଧ୍ୟ ଭୁଲ କରିଦିଅନ୍ତି। ସେତେବେଳେ ନେହରୁ ଭୁଲ୍ କରିଥିଲେ।”
from OdishaReporter https://ift.tt/2M6XlFS
No comments:
Post a Comment