ନକ୍ସଲ ସମର୍ଥକ ଅଭିଯୋଗରେ ଗିରଫ ପ୍ରସଙ୍ଗ: ୫ ଅଭିଯୁକ୍ତଙ୍କୁ ଗୃହବନ୍ଦୀ କରି ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ନକ୍ସଲ ସମର୍ଥକ ଅଭିଯୋଗରେ ଗିରଫ ପ୍ରସଙ୍ଗ: ୫ ଅଭିଯୁକ୍ତଙ୍କୁ ଗୃହବନ୍ଦୀ କରି ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନକ୍ସଲଙ୍କ ସମର୍ଥନ ଅଭିଯୋଗରେ ପୁଣେ ପୁଲିସ୍‌ ଗିରଫ କରିଥିବା ଦେଶର ୫ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ସୁପ୍ରିମକୋର୍ଟ ଆଶ୍ୱସ୍ତି ଦେଇଛନ୍ତି। ଏମାନଙ୍କୁ ପୁଲିସ୍‌ ଗିରଫ କରି ଜେଲ୍‌ ପଠାଇପାରିବ ନାହିଁ। ସମସ୍ତଙ୍କୁ ସେପ୍ଟେମ୍ବର ୬ ଯାଏ କେବଳ ଗୃହବନ୍ଦୀ କରି ରଖାଯିବ ବୋଲି ଆଜି ଦେଶର ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାର, ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ୍‌ ସେଲ୍‌ ଓ କେନ୍ଦ୍ର ସରକାରଙ୍କୁ ଏ ସଂକ୍ରାନ୍ତରେ ସେପ୍ଟେମ୍ବର ୫ ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତି।

ଗତକାଲି ପୁଲିସ୍‌ ନକ୍ସଲ ସମର୍ଥକ ଅଭିଯୋଗରେ ଦିଲ୍ଲୀ, ଫରିଦାବାଦ, ଗୋଆ, ମୁମ୍ବାଇ, ଥାନେ, ରାଞ୍ଚି ଓ ହାଇଦ୍ରାବାଦ୍‌ର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଫରିଦାବାଦରୁ ସାମାଜିକ କର୍ମୀ ତଥା ଓକିଲ ସୁଧା ଭରଦ୍ୱାଜ, ହାଇଦ୍ରାବାଦରୁ ଭର୍ଭରା ରାଓ, ଦିଲ୍ଲୀରୁ ଗୌତମ ନଭଲଖା, ମୁମ୍ବାଇରୁ ଅରୁଣ ପେରିୟାର ଓ ଭେନନ୍‌ ଗନ୍‌ସାଲଭେଜଙ୍କୁ ମୁମ୍ବାଇରୁ ଗିରଫ କରିଥିଲା।

ଏହି ଗିରଫଦାରୀ ବିରୋଧରେ ପ୍ରଖ୍ୟାତ ଇତିହାସ ପ୍ରଫେସର ରମିଲା ଥାପାର୍ ଓ ଅନ୍ୟ ୪ ଜଣ ବାମପନ୍ଥୀ ସାମାଜିକ କର୍ମୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ମତଭେଦ ହେଉଛି ଗଣତନ୍ତ୍ରର ସେଫ୍ଟି ଭାଲଭ୍‌

ଏହାର ଶୁଣାଣି ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠରେ କରାଯାଇଥିଲା। ଆଜିର ରୁଲିଂ ଦେବା ସମୟରେ ଖଣ୍ଡପୀଠରା ଥିବା ଅନ୍ୟତମ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ “ ମତଭେଦ ହେଉଛି ଗଣତନ୍ତ୍ରର ସୁରକ୍ଷା ଭାଲଭ୍‌। ଯଦି ମତ ପୋଷଣ କରିବାର ଅଧିକାରକୁ ଅନୁମତି ଦିଆ ନ ଯିବ, ତା’ହେଲେ ପ୍ରେସର କୁକର୍‌ ନିଶ୍ଚିତ ଭାବେ ଫାଟିଯିବ।”

ଭୀମା କୋରେଗାଓଁ ହିଂସା ଘଟଣାରେ ଏମାନଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ୍‌ କହୁଛି। କିନ୍ତୁ ହିଂସା ଘଟଣାକୁ ୯ ମାସ ବିତି ଯାଇଥିଲେ ହେଁ ଏବେ କାହିଁକି ଏମାନଙ୍କୁ ଗିରଫ କରାଗଲା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୬ ତାରିଖରେ କରାଯିବ ବୋଲି ଖଣ୍ଡପୀଠ ରୁଲିଂ ଦେଇଛନ୍ତି। ସେ ପର୍ଯ୍ୟନ୍ତ ଅନ୍ୟ କୌଣସି କୋର୍ଟରେ ଏହାର ବିଚାର କରାଯାଇପାରିବ ନାହିଁ।

ଆଜି ଦିଲ୍ଲୀ ହାଇକୋର୍ଟ ଓ ପୁଣେର ଏକ କୋର୍ଟରେ ମଧ୍ୟ ଏହି ଗିରଫଦାରୀ ବିରୋଧରେ ଆଗତ ମାମଲାର ଶୁଣାଣି ହୋଇଥିଲା। ଦିଲ୍ଲୀ କୋର୍ଟ କେବଳ ନଭଲଖାଙ୍କ ଆବେଦନର ଶୁଣାଣି କରି ପୁଲିସ୍‌ ଯେଉଁ ସବୁ ପ୍ରମାଣ ଭିତ୍ତିରେ ତାଙ୍କୁ ଗିରଫ କରିଛି, ତାହା ନିଶ୍ଚିତ ଭାବେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।

ସେହିପରି ମାଜିଷ୍ଟ୍ରେଟ୍‌ କେମିତି ତୁରନ୍ତ ନଭଲଖାଙ୍କୁ ଟ୍ରାନଜିଟ୍‌ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି।

ପୁଳିସ୍ କହିଲା ଆଇନ ଅନୁଯାୟୀ ହୋଇଛି କାର୍ଯ୍ୟାନୁଷ୍ଠାନ 

ଗତକାଲିର ଚଢ଼ଉ ସମ୍ପର୍କରେ ସୂଚନା ଦେଇ ପୁଲିସ୍‌ କହିଛି, ୨୦୧୭ ଡିସେମ୍ବର ୩୧ରେ ପୁଣେଠାରେ ଏଲଗାର୍ ପରିଷଦ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ଦଳିତ ସଂଗଠନ ଓ ସାମାଜିକ କର୍ମୀ ଯୋଗ ଦେଇଥିଲେ। ଏହାର ପରଦିନ ଆୟୋଜିତ ଭୀମା କୋରେଗାଓଁ ହିଂସା ଘଟିଥିଲା।

ଏହାର ତଦନ୍ତ ସମୟରେ ବିଭିନ୍ନ ଲୋକଙ୍କ ଘରେ ଚଢ଼ଉ ହୋଇଥିଲା। ଚଢ଼ଉ ବେଳେ ଗିରଫ ହୋଇଥିବା ୫ ସାମାଜିକ କର୍ମୀଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ମିଳିଥିଲା। ଏହି ସାମାଜିକ କର୍ମୀମାନେ ଦେଶର ୩୫ଟି କଲେଜରେ ବିଭିନ୍ନ କୁଖ୍ୟାତ ସଂଗଠନର ସଦସ୍ୟଙ୍କୁ ସାମିଲ କରି ହମ୍‌ଲା କରିବାକୁ ଯୋଜନା କରିଥିଲେ।

ଏହା ଜଣାପଡ଼ିବା ପରେ ହିଁ ସେମାନଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନାଁରେ ଅନ୍‌ଲଫୁଲ୍‌ ଆକ୍ଟିଭିଟି ପ୍ରିଭେନସନ୍‌ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି। ଏହି ଆଇନ୍‌ ଅନୁସାରେ ପୁଲିସ୍‌ ଜଣେ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିପାରିବାର ବ୍ୟବସ୍ଥା ରହିଛି। ଏପରି କି ଏହି ଆଇନ୍‌ ଅନୁଯାୟୀ ଅଭିଯୁକ୍ତମାନେ ଜାମିନ୍‌ ଆବେଦନ କରିପାରିବେ ନାହିଁ ଏବଂ  ଏ କ୍ଷେତ୍ରରେ ପୁଲିସ୍‌ ୧୮୦ ଦିନ ମଧ୍ୟରେ ଚାର୍ଜଶିଟ୍‌ ଦାଖଲ କରିବାର ନିୟମ ରହିଛି।

ଅନ୍ୟପକ୍ଷରେ ଭର୍ଭରା ରାଓ ଗିରଫଦାରୀ ପ୍ରତିବାଦରେ ଆଜି ହାଇଦ୍ରାବାଦରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଛି।



from Odisha Reporter https://ift.tt/2LBkH18

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages