‘ଆଧାର’ କାର୍ଡରେ ଥିବା ଫିଙ୍ଗର ପ୍ରିଣ୍ଟ ନ ମିଶିଲେ ମୁଖ ପରିଚୟର ବ୍ୟବହାର ବାଧ୍ୟତାମୂଳକ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

‘ଆଧାର’ କାର୍ଡରେ ଥିବା ଫିଙ୍ଗର ପ୍ରିଣ୍ଟ ନ ମିଶିଲେ ମୁଖ ପରିଚୟର ବ୍ୟବହାର ବାଧ୍ୟତାମୂଳକ ହେବ

adhara

ନୂଆଦିଲ୍ଲୀ: ଏଣିକି ଆଧାରକାର୍ଡ ଯାଞ୍ଚ ବେଳେ କୌଣସି ସମସ୍ୟା ଦେଖାଦେଲେ ମୁଖ ପରିଚୟ ବା ‘ଫେସ ରେକଗ୍ନିଶନ’ ବ୍ୟବସ୍ଥାର ସାହାଯ୍ୟ ନେବା  ବାଧ୍ୟତାମୂଳକ ହେବ। ଏଥିପାଇଁ ଆଧାରକାର୍ଡ ଯାଞ୍ଚ କରୁଥିବା କର୍ତ୍ତୃପକ୍ଷ ଅନ୍ ଦି ସ୍ପଟ ବା ସେହି ସ୍ଥଳରେ ଚିହ୍ନଟ କରାଯାଉଥିବା ବ୍ୟକ୍ତିଙ୍କର ଫଟୋ ଉଠାଇ ଆଧାରକାର୍ଡରେ ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଛି ୟୁଆଇଡିଏଆଇ (ୟୁନିକ୍ ଆଇଡିଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ)।

ଅଧିକାଂଶ ସଂସ୍ଥା ବା ଅଥରିଟି କେବଳ ଫିଙ୍ଗର ପ୍ରିଣ୍ଟ ବା ଆଖି ସ୍କାନକୁ ଚିହ୍ନଟ କରୁଛନ୍ତି ଓ ଏଥିରେ ସାମାନ୍ୟ ଅସୁବିଧା ଉପୁଜିଲେ ଉପଭୋକ୍ତାଙ୍କୁ ସୁବିଧା ଯୋଗାଇବାକୁ ମନା କରିଦେଉଛନ୍ତି। କିନ୍ତୁ ଏବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ତତକ୍ଷଣାତ ଉଠାଇ ତାକୁ ଉକ୍ତ ବ୍ୟକ୍ତିଙ୍କ ଆଧାର କାର୍ଡ ସହ ସଂଲଗ୍ନ କରିବାକୁ ହେବ।

ଅନେକ ସମୟରେ ବୟସାଧିକ୍ୟ କାରଣରୁ କିମ୍ବା ଅନ୍ୟ କୌଣସି କାରଣରୁ ଫିଙ୍ଗର୍ ପ୍ରିଣ୍ଟ୍‌ ଜରିଆରେ କେତେକ ବ୍ୟକ୍ତିଙ୍କ ଚିହ୍ନଟ ସମ୍ଭବ ହୋଇପାରୁ ନାହିଁ। ଫଳରେ ବ୍ୟକ୍ତି ସମସ୍ୟାରେ ପଡ଼ୁଛନ୍ତି। ତେଣୁ ଏଭଳି ସମସ୍ୟାର ସମାଧାନ ପାଇଁ ମୁଖ ପରିଚୟକୁ ଆଧାରକାର୍ଡ ଯାଞ୍ଚ ପାଇଁ ବ୍ୟବହାର କରାଯିବା ନିହାତି ଆବଶ୍ୟକ ବୋଲି ୟୁଆଇଡିଏଆଇର ସିଇଓ ଅଜୟ ଭୁଷଣ ଟାଇମ୍‌ସ ଅଫ୍‌ ଇଣ୍ଡିଆକୁ କହିଛନ୍ତି।

ଏଥିସହିତ ଆଧାରକାର୍ଡକୁ ଚିହ୍ନଟର ଆଧାର ଭାବେ ବ୍ୟବହାର କରୁଥିବା ବିଭିନ୍ନ ସଂସ୍ଥା ଯଥା- ଟେଲିକମ କମ୍ପାନୀ,ବ୍ୟାଙ୍କ, ପିଡିଏସ ଦୋକାନ,ସରକାରୀ ଅଫିସ ଆଦି ଏଣିକି ଫିଙ୍ଗର ପ୍ରିଣ୍ଟ ବା ଆଖିର ସ୍କାନ ମ୍ୟାଚ୍ କରୁନାହିଁ କହି କୌଣସି ଉପଭୋକ୍ତାଙ୍କୁ ଫେରାଇ ଦେଇ ପାରିବେ ନାହିଁ।

ବ୍ୟକ୍ତିଙ୍କର ଆଖି ସ୍କାନ୍‌ ଓ ଫିଙ୍ଗର୍ ଫ୍ରିଣ୍ଟ ସହିତ ଆଧାରକାର୍ଡରେ ମୁଖ ପରିଚୟ ବ୍ୟବସ୍ଥା ଏକ ଅତିରିକ୍ତ ସୁବିଧା ଭାବରେ ଦିଆଯିବ। ୟୁଆଆଇଡିଆଇ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ(ଜୁଲାଇ ୧୯ ଓ ଅଗଷ୍ଟ ୧୭,୨୦୧୮) ଅନୁସାରେ ଏହା ଲାଗୁ କରାଯିବ।

ଏହି ନିର୍ଦ୍ଦେଶ ପାଳନ ନ କଲେ ଏହାକୁ ଅପରାଧ ବିବେଚନା କରି ସମ୍ପୃକ୍ତ ଏଜେନ୍ସି ବା ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ। ଆଧାର ଆକ୍ଟ ୨୦୧୬ର ଧାରା ୪୨ ଓ ୪୨ ଅନୁସାରେ ବ୍ୟକ୍ତି /ସଂସ୍ଥାଙ୍କୁ ଜେଲ୍‌ଦଣ୍ଡ ସହିତ ଜରିମାନା ହୋଇପାରେ।

 



from Odisha Reporter https://ift.tt/2wqxb5Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages