
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ଏକ ହୋଟଲ ରୁମ୍ରୁ ମିଳିଛି ଜଣେ ଯୁବତୀଙ୍କ ମୃତଦେହ। ତକିଆ ଉପରେ ରକ୍ତାକ୍ତ ହୋଇ ମୁହଁମାଡ଼ି ପଡିଥିବା ଯୁବତୀଙ୍କୁ ଉଦ୍ଧାର କରିବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।
ଖବର ନେବାରୁ ଜଣାପଡିଛି ଯେ, ମୃତକା ଜଣକ ନିଜକ ପୁରୁଷ ବନ୍ଧୁଙ୍କ ସହ ୨ ଦିନ ହେଲା ଏହି ହୋଟେଲରେ ରହି ଆସୁଥିଲେ। ତେବେ ଘଟଣା ଘଟିବା ବେଳକୁ ରୁମ୍ ଭିତରେ କେବଳ ଯୁବତୀଙ୍କ ମୃତଦେହ ଥିଲା। ପୁରୁଷ ବନ୍ଧୁ ଫେରାର ହୋଇ ଯାଇଥିଲେ।
ପୋଲିସ ଏ ବାବଦରେ ହୋଟେଲ କର୍ତ୍ତୃପକ୍ଷଙ୍କୁ ପଚାରିଥିଲା। ପୋଲିସ କହିଛି ଯେ, ଆଦିତ୍ୟ ମହାପାତ୍ର ନାମରେ ଏକ ଫେକ୍ ଆଧାର କାର୍ଡ ଦେଇ ଏହି ରୁମ୍ ବୁକ୍ କରାଯାଇଥିଲା। ଉଭୟ ଯୁବତୀ ଯୁବକ ୨ ଦିନ ହେବ ଏଠାରେ ରହି ଆସୁଥିଲେ।
ହତ୍ୟାକାଣ୍ଡ ସମ୍ପୂର୍ଣ୍ଣ ସୁଚିନ୍ତିତ ବୋଲି ଅନୁମାନ କରୁଛି ପୁଲିସ୍। ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ ହୋଇଛି । ଗତ ଦୁଇ ଦିନର ସିସିଟିଭି ଫୁଟେଜ୍କୁ ମଧ୍ୟ ଯାଞ୍ଚ କରାଯାଛି। ଉକ୍ତ ରୁମ୍ରେ ରହୁଥିବା ଉଭୟ ଯୁବତୀ ଯୁବକଙ୍କ ସମ୍ପର୍କରେ ହୋଟେଲ କର୍ମଚାରୀଙ୍କୁ ପଚରାଉଚରା ମଧ୍ୟ କରାଯାଉଛି।
ହତ୍ୟାକାଣ୍ଡ ପ୍ରେମ କିମ୍ବା ପରକୀୟା ପ୍ରୀତି ଜନିତ ହୋଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।
from Odisha Reporter https://ift.tt/2PAHJs7
No comments:
Post a Comment