ବିଷ୍ଣୁ ରାଜନୀତିରୁ ସନ୍ୟାସ ନେଇଯାଆନ୍ତୁ : ରାଜଶ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ବିଷ୍ଣୁ ରାଜନୀତିରୁ ସନ୍ୟାସ ନେଇଯାଆନ୍ତୁ : ରାଜଶ୍ରୀ

ଭୁବନେଶ୍ୱର :  ଜଗତସିଂହପୁର ଜିଲ୍ଲାରେ ବିଜେଡି କନ୍ଦଳ ଏବେ ଅଧିକ ତୀବ୍ର ହେବାରେ ଲାଗିଛି। ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ସମର୍ଥକମାନେ ଗତକାଲି ଦାବି କରିବା ପରେ ଆଜି ଶ୍ରୀମତୀ ମଲ୍ଳିକ ମୁହଁ ଖୋଲିଛନ୍ତି।
ବିଷ୍ଣୁ ଓ ତାଙ୍କ ସମର୍ଥକଙ୍କୁ କଡ଼ା ଜବାବ ଦେଇ ବିଧାୟିକା ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ” ଏଭଳି ନେତାମାନଙ୍କ ଯୋଗୁ ଜଗତସିଂହପୁରରେ ଦଳର ସ୍ଥିତି ବିଗିଡ଼ି ଗଲାଣି। ଖୋଦ୍ ଜିଲ୍ଲା ସଭାପତି ବିଷ୍ଣୁ ଦାସ ମଧ୍ୟ ତୁରନ୍ତ ରାଜନୀତିରୁ ସନ୍ୟାସ ନେଇଯିବା ଉଚିତ୍।
“ସେମାନେ ଇସ୍ତଫା ଦେବାର ଧମକ ଦେବା ପରିବର୍ତ୍ତେ ବହୁ ପୂର୍ବରୁ ଇସ୍ତଫା ଦେଇଦେବା କଥା। ଏହି ନେତାମାନଙ୍କ ବିରୋଧରେ ଶୀଘ୍ର ହାଇକମାଣ୍ଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ” ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି।
ଉଲ୍ଲେଖଯୋଗ୍ୟ,ବ୍ଲକ୍ ଓ ପୌରାଞ୍ଚଳ ମହିଳା ବିଜେଡି ସଭାନେତ୍ରୀ ପଦବୀରେ କଂଗ୍ରେସ ନେତ୍ରୀମାନଙ୍କୁ ଥଇଥାନ କରାଯାଇଥିବା ପ୍ରତିବାଦରେ ରବିବାର ଜଗତସିଂହପୁର ସର୍କିଟ ହାଉସରେ ବିଷ୍ଣୁଙ୍କ ସମର୍ଥକମାନେ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ। ତୁରନ୍ତ ସେମାନଙ୍କୁ ବରଖାସ୍ତ ପାଇଁ ଦାବି କରିବା ସହ ଜିଲ୍ଲା ବିଜେଡି ମହିଳା ସାମ୍ମୁଖ୍ୟର ସଭାନେତ୍ରୀ ଭାବେ ରାଜଶ୍ରୀଙ୍କ କାର୍ଯ୍ୟକଳାପକୁ ସେମାନେ ଦୃଢ଼ ବିରୋଧ କରିଥିଲେ।


from OdishaReporter https://ift.tt/2Mj0m50

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages