ଝିଅମାନଙ୍କୁ ପ୍ରଧାନମନ୍ତ୍ରୀ ଦେଉଛନ୍ତି ୧୦ ହଜାର! ଜାଣନ୍ତୁ ରହସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ଝିଅମାନଙ୍କୁ ପ୍ରଧାନମନ୍ତ୍ରୀ ଦେଉଛନ୍ତି ୧୦ ହଜାର! ଜାଣନ୍ତୁ ରହସ୍ୟ

ନୂଆଦିଲ୍ଲୀ: ‘ସୁକନ୍ୟା ସମୃଦ୍ଧି’ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧-୧୮ ବର୍ଷର ବୟସର ଝିଅଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦେଉଛନ୍ତି। ଏବେ ଏହି ସୂଚନାଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଲୋକମାନେ ମଧ୍ୟ ଏସମ୍ପର୍କିତ ସୂଚନା ପାଇବା ପରେ ମାତ୍ରେ ମେସେଜ୍‌ ତଳେ ଦିଆଯାଇଥିବା ଲିଙ୍କ୍‌କୁ ଖୋଲି ସେଥିରେ ନାଁ ରେଜିଷ୍ଟ୍ରେସନ୍‌ କରୁଛନ୍ତି।

ସୋଶାଲ୍‌ ମଡିଆରେ ଭାଇରାଲ୍‌ ହେଉଥିବା ସୂଚନା ଅନୁସାରେ, ୧ରୁ ୧୮ ବର୍ଷ ବୟସର ଝିଅମାନଙ୍କୁ ‘ପ୍ରଧାନମନ୍ତ୍ରୀ ସୁକନ୍ୟା ଯୋଜନା’ ଜରିଆରେ କେନ୍ଦ୍ର ସରକାର ୧୦ ଟଙ୍କା ଲେଖାଏ ଦେବେ। ଏଥିପାଇଁ ଆଶାୟୀମାନଙ୍କୁ ୧୫ ଅଗଷ୍ଟ ସୁଦ୍ଧା ନିଜ ନାଁ ପଞ୍ଜୀକରଣ କରିବାକୁ ପଡ଼ିବ। ଏହି ସୂଚନାକୁ ମଧ୍ୟ ଅନ୍ୟମାନଙ୍କୁ ଦେବାକୁ ସଂପୃକ୍ତ ମେସେଜ୍‌ରେ କୁହାଯାଇଛି।

 

ମେସେଜ୍‌ ତଳେ ଏକ ଲିଙ୍କ୍‌ ଦିଆଯାଇଛି। ଏହି ଲିଙ୍କ୍‌କୁ କ୍ଲିକ୍‌ କରି ଆଶାୟୀମାନେ ନିଜ ନାମ ପଞ୍ଜୀକରଣ କରିପାରିବେ ବୋଲି ଏଥିରେ କୁହାଯାଇଛି।

ତେବେ ଏହି ଲିଙ୍କ୍‌ଟିକୁ ଖୋଲିଲେ କନ୍ୟାର ନାମ, ବୟସ ଓ ରାଜ୍ୟର ନାମ ପୂରଣ କରିବାକୁ କୁହାଯାଉଛି। ହେଲେ ଘର ଠିକଣା କିମ୍ବା ମୋବାଇଲ୍‌ ନମ୍ବର ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ।

କିନ୍ତୁ ବାସ୍ତବରେ ଏହା ଏକ ମିଥ୍ୟା ଖବର ଏବଂ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏଭଳି କୌଣସି ଅର୍ଥ କାହାକୁ ଦିଆଯାଉନାହିଁ ବୋଲି ଜଣାପଡ଼ିଛି।

ଏହି ଲିଙ୍କ୍‌ ସହ ଭାରତ ସରକାରଙ୍କ କୌଣସି ସମ୍ପର୍କ ନାହିଁ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଭାରତ ସରକାର ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରିଥିଲେ। ବାପା ମା’ମାନେ ନିଜର ୧୦ ବର୍ଷରୁ କମ୍‌ ବୟସର ଝିଅ ନାଁରେ ଫିକ୍ସଡ୍‌ ଡିପୋଜିଟ୍‌ କରିପାରିବେ ବୋଲି ଏଥିରେ କୁହାଯାଇଥିଲା।



from OdishaReporter https://ift.tt/2MnHTUM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages