ଭୁବନେଶ୍ୱରଠାରେ ଏସ୍‌ଟିପିଆଇର ଇଲେଟ୍ରୋନିକ୍ସ ଓ ଆଇଟି ଏନକ୍ଲେଭ ଲୋକାର୍ପିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ଭୁବନେଶ୍ୱରଠାରେ ଏସ୍‌ଟିପିଆଇର ଇଲେଟ୍ରୋନିକ୍ସ ଓ ଆଇଟି ଏନକ୍ଲେଭ ଲୋକାର୍ପିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଡିଜିଟାଲ ଇଣ୍ଡିଆର ମାନେ କେବଳ ହାତରେ ସ୍ମାର୍ଟ ଫୋନ ନୁହେଁ, ବରଂ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର। ଦେଶର ୧୩୦ କୋଟି ଲୋକଙ୍କ ଜୀବନକୁ ଆହୁରି ସରଳ ଓ ସୁଗମ କରିବା ଏହାର ଲକ୍ଷ୍ୟ। ଜୀବନର ସବୁ ଆର୍ଥିକ ଦିଗର ଅର୍ଥନୈତିକ ବିକାଶ ପ୍ରତିଫଳିତ କରିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ” ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱରଠାରେ ଏସ୍‌ଟିପିଆଇର ଇଲେଟ୍ରୋନିକ୍ସ ଓ ଆଇଟି ଏନକ୍ଲେଭ ଭବନର ଲୋକାର୍ପଣ ଅବସରରେ ଏମିତି କହିଛନ୍ତି ଶ୍ରୀ ପ୍ରଧାନ।

ଓଡ଼ିଆ ପିଲାମାନେ ଯଦି ବେଙ୍ଗାଲୁରୁ ଓ ଗୁରୁଗ୍ରାମର ଆଇଟି ପ୍ରତିଷ୍ଠାନମାନଙ୍କର ବ୍ୟାକବୋନ ହୋଇ ପାରନ୍ତି, ତେବେ ଭୁବନେଶ୍ୱରରେ ଆମ ପିଲାମାନେ ମଧ୍ୟ ଅସମ୍ଭବକୁ ସମ୍ଭବ କରି ଦେଖାଇ ପାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ଦେଶ ଆଗରେ ସବୁଠୁ ବଡ଼ ଆହ୍ୱାନ ହେଉଛି ଟେକ୍ନୋଲଜିରେ ପରିବର୍ତ୍ତନ।  ଶ୍ରୀ ପ୍ରଧାନ କହିଛନ୍ତି, ସ୍ମାର୍ଟ ଫୋନ ସହାୟତାରେ ହ୍ୱାଟସ୍‌ ଆପ୍‌ ଓ ଫେସବୁକ୍‌ ଜନସଚେତନତାର ନୂଆ ଯୁଗ ଆଣିଲାଣି।

ଦୂର ଦୂରାନ୍ତରେ ରହୁଥିବା ଚାଷୀ କ୍ଷେତରେ ଲାଗିଥିବା ରୋଗ ପୋକର ଫଟୋ ଉଠାଇ ହ୍ୱାଟସ୍‌ ଆପ୍‌ ମାଧ୍ୟମରେ କୃଷି ବିଜ୍ଞାନୀଙ୍କ ପରାମର୍ଶ ନେଇ ସମସ୍ୟାର ସମାଧାନ କଲେଣି।

ଏଣୁ ଭୁବନେଶ୍ୱରରେ ସ୍ଥାପିତ ଏହି ଭବନରେ ତାଙ୍କ ମନ୍ତ୍ରଣାଳୟ ତରଫରୁ ସେକେଣ୍ଡାରୀ ଡାଟା ସେଣ୍ଟର ପ୍ରତିଷ୍ଠା କରାଯିବା ତାଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଛନ୍ତି।



from OdishaReporter https://ift.tt/2vDSe4H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages